ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ମାସରେ କେରଳର ଏକ ଗର୍ଭବତୀ ହାତୀ ବିସ୍ଫୋରକ ଭର୍ତ୍ତି ସପୁରୀ ଖାଇବା ପରେ ତା’ର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସାରାଦେଶରେ ଏହାକୁ ନେଇ ବିରୋଧ ଦେଖାଯାଇଥିଲା। ଅପରାଧୀଙ୍କୁ ପାଇଁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିଲା। ସୋମବାର କିନ୍ତୁ ଏହି ଘଟଣାକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ବଡ଼ ବୟାନ ଦେଇଛି।

ପରିବେଶ ମନ୍ତ୍ରାଳୟ ଟୁଇଟ କରି କହିଛି,‘‘ହାତୀ ଭୁଲରେ ବିସ୍ଫୋରକ ଭର୍ତ୍ତି ଫଳ ଖାଇଥାଇପାରେ, ଯେଉଁଥିପାଇଁ ତା’ର ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ କେରଳ ସରକାରଙ୍କ ଯୋଗାଯୋଗରେ ଅଛି। ଯିଏ ଦୋଷୀ  ସାବ୍ୟସ୍ତ ହେବ ତାକୁ ଦଣ୍ଡ ଦିଆଯିବ।  ଏଥିସହ ଯେଉଁ ଅଧିକାରୀ ଏଥିରେ ଅବହେଳା କରିଛନ୍ତି ତାଙ୍କୁ ଦଣ୍ଡ ଦିଆଯିବ।’’

ଅନ୍ୟପକ୍ଷରେ ଏହାମଧ୍ୟ କୁହାଯାଉଛି ଯେ ସେଠାରେ ଘୁଷୁରୀ ବହୁ ଫସଲ ନଷ୍ଟ କରନ୍ତି। ଚାଷୀମାନେ  ଘୁଷୁରୀକୁ ରୋକିବା ପାଇଁ ଅନେକ ସମୟରେ ବିସ୍ଫୋରକ ଭର୍ତ୍ତି ଫଳ ବ୍ୟବହାର କରନ୍ତି।

Comment