ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ବେଳେ ରାଜ୍ୟ ସରକାର କୃଷି ଉପରେ ଗୁରୁତ୍ୱ ଦେଉଛନ୍ତି। ଚାଷୀ କିପରି ଫସଲ ଉତ୍ପାଦନ କରି ଅଧିକ ଲାଭ ପାଇବ ଏବଂ ସୁବିଧାରେ ଚାଷ କରିବ ସେଥିପ୍ରତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିକ ଧ୍ୟାନ ଦେଉଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୨୦୨୦ ବର୍ଷରେ ୬୨ ଲକ୍ଷ ହେକ୍ଟର ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ୯୬ ଲକ୍ଷ ଟନ୍‌ ଫସଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଧାନ, ଡାଲି, ତୈଳବୀଜ, ମସଲା ଜାତୀୟ ସାମଗ୍ରୀର ଫସଲ ରହିଛି। ଚାଷୀମାନେ ଚାଷରୁ କିପରି ଅଧିକ ଲାଭ ପାଇବେ ସେଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

କରୋନା ଲକ୍‌ଡାଉନ୍‌ ବେଳେ ଚାଷ କାର୍ଯ୍ୟ କିଛିମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ହେଲେ ପରେ ଚାଷ କାର୍ଯ୍ୟ ଚାଲୁ ରଖିବାକୁ ସରକାର ଗାଇଡଲାଇନ ଜାରି କରିଥିଲେ। ଲକଡାଉନ୍‌ ବେଳେ ଚାଷୀଙ୍କୁ ଚାଷ କାର୍ଯ୍ୟ କରିବାକୁ କୃଷି ବିଭାଗର ଅଧିକାରୀମାନେ ପରାମର୍ଶ ଦେଇଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ।

Comment