ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡା ଜିଲ୍ଲାରେ ବୁଧବାର ପୁଣି ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

ଅଜି ଚିହ୍ନଟ ୪ ଜଣଙ୍କ ମଧ୍ୟରୁ ୩ ଜଣ ଜିଲ୍ଲାର ପ୍ରଥମ କରୋନା ଚିହ୍ନଟ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ଜଣେ ରାୟଗଡା ସହରର ପୁରୁଷ ସ୍ୱାସ୍ଥ୍ୟକର୍ମୀ।

ଦିଲ୍ଲୀ ଫରେନ୍ତା ଯୁବତୀଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କୁ ତାଡମା  କୋଭିଡ କେୟାର କେନ୍ଦ୍ରରେ ରଖଯାଇ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ବାହାରିଛି। ସେହିପରି ରାୟଗଡା ସହରର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାବ ରିପୋର୍ଟ ବି ପଜିଟିଭ ଆସିଛି ।

ସେ ରହୁଥିବା ରାୟଗଡା ସହରର ମିନି ମେଡିକଲ କଲୋନି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସାନିଟାଇଜ କରାଯାଇଛି ଏବଂ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ମଧ୍ୟ ସାନିଟାଇଜ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ସ୍ୱାବ ସଂଗ୍ରହ କରାଯିବା ସହ ହୋମ କ୍ୱାରେଣ୍ଟାଇନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comment