ଓଡ଼ିଶାଲାଇଭ୍‌ ବ୍ୟୁରୋ

corona testଭୁବନେଶ୍ୱରରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ତରଫରୁ ସୂଚନା ମିଳିଛି। ୪ ଜଣ ଏମ୍‌ସର ହୋଇଥିବା ବେଳେ ଜଣେ ଆପୋଲା ହସ୍ପିଟାଲର ଏବଂ ଆଉ ଜଣେ ପୋଖରୀପୁଟ ଅଞ୍ଚଳର ବୋଲି ବିଏମ୍‌ସି ସୂଚନା ଦେଇଛି।

ଏମ୍‌ସ୍‌ ଭୁବନେଶ୍ୱରର ଜଣେ ୩୭ ବର୍ଷୀୟ, ଜଣେ ୩୧ ବର୍ଷୀୟ ଏବଂ ଆଉ ଜଣେ ୨୪ ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆପୋଲା ହସ୍ପିଟାଲର ଜଣେ ୩୮ ବର୍ଷୀୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପୋଖରୀପୁଟ ଡିଏଭି ସ୍କୁଲ ଅଞ୍ଚଳର ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୩୫ ବର୍ଷ ବୋଲି ବିଏମ୍‌ସି ଟୁଇଟ କରି ସୂଚନା ଦେଇଛି। ସେ ନିକଟରେ କନ୍ଧମାଳରୁ ଆସିଥିଲେ।

Comment