ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମର ତିନସୁକିଆ ଜିଲ୍ଲାରେ ଥିବା ଅଏଲ ଇଣ୍ଡିଆ କମ୍ପାନିର ବାଗଜାନ ତୈଳ କୂପରେ ଲାଗିଥିବା ନିଆଁକୁ କାବୁ କରାଯାଇପାରୁନାହିଁ। ଗତ ୧୪ ଦିନ ହେଲା ନିଆଁ ଲାଗିଥିବା ବେଳେ ଏହା ଆଖପାଖ ଗାଁକୁ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି।

ଏମିତିକି ପାଖ ଏକ ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପିଛି। ଏହା ଏତେ ଭୟଙ୍କର ରୂପ ଧାରଣ କରିଛି ଯେ ଏହାକୁ ଲିଭାଇବାକୁ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟ ଘଟିଛି। ତେବେ ଏହି ନିଆଁ ଲିଭାଇବାକୁ ଆହୁରିୁ ୪ ସପ୍ତାହ ସମୟ ଲାଗିପାରେ ବୋଲି କୁହାଯାଉଛି।

ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା। ଏବେ ସେଥିରେ ନିଆଁ ଲାଗି ଆଖପାଖ ଗାଁକୁ ମଧ୍ୟ ବ୍ୟାପିଲାଣି।

ଆସାମ ସରକାରଙ୍କ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୋଓ୍ୱାଲଙ୍କ ସହ କଥା ହୋଇଛନ୍ତି। ଆହତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରଧାମନ୍ତ୍ରୀ କହିଛନ୍ତି।

Comment