ଓଡ଼ିଶାଲାଇଭ୍ ବ୍ୟୁରୋ

sadar bazar-1

ଭାରତରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଅସମ୍ଭାଳ କହିଲେ ଚଳେ। କିନ୍ତୁ ଏପରି ପରିସ୍ଥିତି ଭିତରେ ଖୋଲିଛି ଦିଲ୍ଲୀର ସଦର ବଜାର। ଏଠାରେ ସବୁ ଜିନିଷ ହୋଲସେଲରେ ମିଳୁଥିବାରୁ ଏହାକୁ ହୋଲସେଲ ବଜାର ମଧ୍ୟ କୁହାଯାଏ। ଏହା ଏସିଆର ସବୁଠୁ ବଡ଼ ହୋଲସେଲ୍ ବଜାର ଭାବେ ଜଣାସୁଣା। କରୋନା ପାଇଁ ଏହି ବଜାର ପ୍ରାୟ ୮୦ ଦିନ ଧରି ବନ୍ଦ ରହିଥିଲା। ଗତ ମଙ୍ଗଳବାର ଦିନ ଏହାକୁ ପୁନଃର୍ବାର ସକ୍ରିୟ କରାଯାଇଛି।

ସଦର ବଜାର ହେଉଛି ଦିଲ୍ଲୀର ପ୍ରଥମ ଅଞ୍ଚଳ ଯାହାକୁ କରୋନା ପାଇଁ କଣ୍ଟେଣ୍ଟମେଣ୍ଟ ଜୋନ ବୋଲି ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ ଥିବାବେଳେ ୨୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି। ବିଗତ ୮୦ ଦିନ ଧରି ଏହି ବଜାର ସିଲ୍ ଥିଲା।

sadar bazar-2

ତେବେ ବଜାର ଖୋଲିବା ସହ ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରିଦିଆଯାଇଛି। କୌଣସି ଅସମ୍ଭାଳ ପରିସ୍ଥିତି ପାଇଁ ଆଇ.ଟି.ବି.ପି ଏବଂ ବି.ଏସ୍.ଏଫ୍ ଜବାନଙ୍କ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି। ଏହା ସହ ଲୋକମାନଙ୍କ ପାଇଁ ମାସ୍କ ଜରୁରୀ କରିଦିଆଯିବା ସହ ଗୋଟିଏ ସ୍ଥାନରେ ଅଧିକ ଲୋକ ଏକାଠି ହେବାର ଅନୁମତି ନାହିଁ। ସାମାଜିକ ଦୂରତା ରକ୍ଷା କରିବା ସହ କୌଣସି ସ୍ଥାନରେ ଯେପରି ଭିଡ଼ ନହୁଏ ସେ ପ୍ରତି କଡ଼ା ନଜର ଦିଆଯାଇଛି ବୋଲି କହିଛନ୍ତି ସଦର ବଜାରର ଏମ୍.ଏଚ୍.ଓ ଅସୋକ କୁମାର।

ବର୍ତ୍ତମାନ ଦିଲ୍ଲୀରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୦୯ ଥିବାବେଳେ ୯୦୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ୧୧୮୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୪୩ ରହିଛି।

Comment