ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରେ ଶହେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ଆଉ ୨ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଶହେ ପାର କରିଛି।

ଗୁରୁବାର ଚିହ୍ନଟ ହୋଇଥିବା ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହସ୍ପିଟାଲ କର୍ମଚାରୀ ବୋଲି ଜଣାପଡ଼ିଛନ୍ତି। ତାଙ୍କର ବୟସ ୨୫ ବର୍ଷ ହୋଇଥିବାବେଳେ ତାଙ୍କର ଜଣେ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ସେହିପରି ଆଉ ଜଣେ ଆକ୍ରାନ୍ତ ଭୁବନେଶ୍ୱର ନୟାପଲ୍ଲୀ ଶ୍ରୀରାମ ବିହାର ଆପାର୍ଟମେଣ୍ଟର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୬୭ ବର୍ଷ ହୋଇଥିବାବେଳେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ଏହାପରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଜି ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ କରୋନାରୁ ସୁସ୍ଥ ହୋଇଛନ୍ତି। ଫଳରେ ରାଜଧାନୀରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି।

ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୦୧ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୫୫ ଜଣ ସୁସ୍ଥ ଓ ୩ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ଭୁବନେଶ୍ୱରରେ ୪୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ସୂଚନା ଦେଇଛି।

Comment