ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଜିଠାରୁ ଆରମ୍ଭ ହେଉଛି ସ୍ଲଟ୍ ବୁକିଂ। ଲୋକମାନେ ସାରଥୀ ଆପ୍ ଜରିଆରେ ସକାଳ ୭ଟାରୁ ରାତି ୧୦ଟା ମଧ୍ୟରେ ଏଥିପାଇଁ ଆବେଦନ କରିପାରିବେ। ସେହିପରି ଆସନ୍ତା ୧୮ ତାରିଖରୁ ଏଥିପାଇଁ ଟେଷ୍ଟିଂ ଆରମ୍ଭ ହେବ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବା ପରେ ଗୁରୁବାର ଭୁବନେଶ୍ୱରର ଦୁଇଟି ଆରଟିଓରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଯେଉଁମାନେ ଲକଡାଉନ୍ କାରଣରୁ ନିଜର ଡ୍ରାଇଭିଂ ଲାଇସେନ୍ସ କରାଇପାରିନଥିଲେ ସେମାନେ ପୁଣିଥରେ ଏଥିପାଇଁ ଆବେଦନ କରିବାକୁ ଆସିଛନ୍ତି।

ଅନ୍ୟପଟେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସନ୍ତା ୨୨ ତାରିଖରୁ ବୁକିଂ ଆରମ୍ଭ ହେବ। ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୯ ତାରିଖରୁ ଟେଷ୍ଟିଂ ହେବ। ତେବେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସମସ୍ତ ପ୍ରକାର ଟେଷ୍ଟିଂ ଓ ସ୍ଲଟ୍ ବୁକିଂ ହେବ ବୋଲି କୁହାଯାଇଛି।

Comment