ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରେ ପୁଣି ଚିହ୍ନଟ ହେଲେ ୨ ଜଣ କରୋନା ପଜିଟିଭ୍। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଏହି ଦୁଇ ନୂଆ ଆକ୍ରାନ୍ତଙ୍କ ମଧ୍ୟରକୁ ଜଣେ ଗାଢ଼କଣ ଅଞ୍ଚଳର ୪୬ ବର୍ଷୀୟ ମହିଳା ହୋଇଥିବାବେଳେ ସେ ଆପଲୋ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ସେହିଭଳି ଆଉ ଜଣେ ୩୦ ବର୍ଷର ପୁରୁଷ ନୟାପଲ୍ଲୀ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଝି ଭୁବନେଶ୍ୱରର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜଧାନୀରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ମୋଟ ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୯ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ବାକି ୪୦ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଥିବା ନେଇ ବିଏମସି ସୂଚନା ଦେଇଛି।

Comment