ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଓ ଲକଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ନିୟମ ମାନୁନଥିବା ଅମାନିଆଙ୍କଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରିଛି ପୋଲିସ। ଏ ବାବଦରେ ପୋଲିସ ଆଜି ପର୍ଯ୍ୟନ୍ତ ମୋଟ ୧ କୋଟି ୩୮ ଲକ୍ଷ ଟଙ୍କାରୁ ଅଧିକ ଫାଇନ୍ ଆଦାୟ କରିସାରିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

କରୋନା ସମୟରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ତେଣୁ ଯେଉଁମାନେ ମାସ୍କ ନପିନ୍ଧି ବାହାରକୁ ବାହାରୁଛନ୍ତି ପୋଲିସ ସେମାନଙ୍କଠାରୁ ଫାଇନ୍ ଆଦାୟ କରୁଛନ୍ତି। ଏହି ବାବଦରେ ପୋଲିସ ମୋଟ ୧ କୋଟି ୨୫ ଲକ୍ଷ ୮୪ ହଜାର ଟଙ୍କା ଆଦାୟ ହୋଇଛି ବୋଲି ସୂଚନା ମିଳିଛି।

ସେହିପରି ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଛି। ଯେଉଁମାନେ ଏହି ନିୟମ ଭାଙ୍ଗିଛନ୍ତି ସେମାନଙ୍କଠାରୁ ପୋଲିସ ମୋଟ ୧୧ ଲକ୍ଷ ୭୪ ହଜାର ଟଙ୍କା ଆଦାୟ କରିଛି। ଏଥିସହ ରାତ୍ରିକାଳୀନ କର୍ଫ୍ୟୁ ଉଲ୍ଲଘଂନ କରିଥିବା ଲୋକଙ୍କଠୁ ପୋଲିସ ପ୍ରାୟ ୧ ଲକ୍ଷ ୩ ହଜାର ଟଙ୍କା ଆଦାୟ କରିଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି।

Comment