ଓଡ଼ିଶାଲାଇଭ୍ ବ୍ୟୁରୋ

ରଜ ପର୍ବ ପାଇଁ ଆଜି ରାତ୍ରିକାଳୀନ କର୍ଫ୍ୟୁରେ କୋହଳ କରିଛନ୍ତି ରାଜ୍ୟ ସରକାର। ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ୧୦ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ସରକାର କହିଛନ୍ତି।

ଆଗକୁ ରଜ ପର୍ବ ଆସୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଜି ଲୋକମାନେ ରାତି ୧୦ଟା ପର୍ଯ୍ୟନ୍ତ କିଣାବିକା କରିପାରିବା ସହିତ ବାହାରେ ବୁଲିପାରିବେ।

ଆସନ୍ତା ୧୪ ତାରିଖରେ ପହିଲି ରଜ। ଏହା ପୂର୍ବରୁ ଝିଅମାନେ ବଜାରକୁ ଆସି ଡ୍ରେସ୍‌ ଏବଂ କସ୍‌ମେଟିକ୍‌ କିଣାକିଣି କରିଥାନ୍ତି। ହେଲେ କରୋନା ମହାମାରୀ ପାଇଁ ଓଡ଼ିଶାରେ ୧୦ ଘଣ୍ଟିଆ କର୍ଫ୍ୟୁ ସହ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ହୋଇ ରହିଛି। ତେଣୁ ଝିଅମାନେ ବଜାର ଯାଇ କିଣାବିକା କରିପାରୁନାହାନ୍ତି। ତେଣୁ ସେମାନଙ୍କୁ କିଣାବିକା କରିବାର ସୁବିଧା ଦେବାକୁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି।

Comment