ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଓଲିଉଡ୍ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ୨ ମାସ ଧରି ବିଜୟ ମହାନ୍ତି ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ହେଲେ ଏହି ସମୟରେ ସେ ନିଜ ଜନ୍ମମାଟିକୁ ଫେରିବାକୁ ଜିଦ୍ କରିବାରୁ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି।

ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେ ହାଇଦ୍ରାବାଦରୁ ଓଡ଼ିଶା ଫେରୁଛନ୍ତି। ତାଙ୍କ ସହିତ ଏକ ସ୍ପେଶାଲ ଡାକ୍ତରୀ ଟିମ୍ ମଧ୍ୟ ସେହି ଆମ୍ବୁଲାନ୍ସରେ ରହିଛି। ଏହି ଡାକ୍ତରୀ ଟିମ୍ ଲଗାତାର ଭାବରେ ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ନଜର ରଖିଛି।

ମିଳିଥିବା ସୂଚନା ମୁତାବକ ରବିବାର ଦିନ ୧୦ଟା ସମୟରେ ସେ ଓଡ଼ିଶାରେ ପହଞ୍ଚିବେ। ଓଡ଼ିଶାରେ ପହଞ୍ଚିବା ପରେ ଏଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ତେବେ ସେ ରୋଡ୍ ଯୋଗେ ଓଡ଼ିଶା ଫେରିଥିବାରୁ ଅଧାବାଟରେ ତାଙ୍କୁ ଯଦି ବିଶ୍ରାମର ଆବଶ୍ୟକତା ପଡେ। ତେବେ ଅଧାରାସ୍ତାରେ ଥିବା ଏକ ଘରୋଇ ହସ୍ପିଟାଲରେ ମଧ୍ୟ ବିଜୟଙ୍କ ରଖାଯାଇ ଏହାପରେ ପୁଣି ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି।

ତେବେ ଦୀର୍ଘ ୨  ମାସ ଧରି ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ମଧ୍ୟ ବିଜୟଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନି। ଏବେ ବି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅନେକାଂଶରେ ଖରାପ ଅଛି ବୋଲି କୁହାଯାଇଛି। କିଛି ଦିନ ତଳେ ଅଭିନେତା ବିଜୟ ମହାନ୍ତି ଅସୁସ୍ଥତା ହେବା ନେଇ ତାଙ୍କର ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇଥିଲେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ମଧ୍ୟ ତାଙ୍କ ପତ୍ନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Comment