ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ପାକିସ୍ତାନୀ କ୍ରିକେଟର ସାହିଦ୍ ଆଫ୍ରିଦି ହେଲେ କରୋନା ପଜିଟିଭ୍। ପାକିସ୍ତାନ କ୍ରିକେଟ ଦଳର ଏହି ପୂର୍ବତନ ଅଧିନାୟକ କରୋନାରେ ସଂକ୍ରମିତ ହୋଇଥିବା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେ ଟୁଇଟ୍ କରି ଲେଖିଛନ୍ତି,“ଗୁରୁବାରଠାରୁ ମୁଁ ବହୁତ ଅସୁସ୍ଥତା ଅନୁଭବ କରୁଛନ୍ତି। ମୋ ଶରୀର ମଧ୍ୟ ବହୁତ ଜୋରରେ ଦରଜ ହେଉଛି। ମୋର କରୋନା ଟେଷ୍ଟ ହୋଇଛି ହେଲେ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ଏଥିରୁ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଚାହୁଁଛି।”

ପାକିସ୍ତାନରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଆଫ୍ରିଦି ସେଠାରେ ଗରିବ ଲୋକଙ୍କୁ ବେଶ ସାହାଯ୍ୟ ସହଯୋଗ କରୁଛନ୍ତି। ସେ ତାଙ୍କର ଏକ ଟିମ୍ ଗଠନ କରି ଅସହାୟ ଲୋକଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପହଞ୍ଚାଉଛନ୍ତି। ତେଣୁ ସେ ପଜିଟିଭ୍ ହେବା ପରେ ଲୋକମାନେ ତାଙ୍କ ପାଇଁ ବିଚଳିତ ହୋଇପଡ଼ିଛନ୍ତି।

ପାକିସ୍ତାନର ଏହି କ୍ରିକେଟର ଜଣକ ପାକିସ୍ତାନ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିବା ସହିତ ନିଜ ଦେଶ ପାଇଁ ୨୭ଟି ଟେଷ୍ଟ, ୩୯୮ଟି ଦିନିକିଆ ଓ ୯୯ଟି ଟି-୨୦ ଖେଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ୨୦୧୧ ବିଶ୍ୱକପ୍ ସେମିଫାଇନାଲକୁ ଯାଇପାରିଥିଲା।

Comment