ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। କମ୍ପାନି ଏବେ ତାର ଗ୍ରାହକମାନଙ୍କୁ ଆଉ ଏକ ସୁବିଧା ଦେବାକୁ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଆପଣ ଗୋଟିଏ ସେକେଣ୍ଡ ଭିତରେ ବର୍ଷ ବର୍ଷ ତଳର ପୁରୁଣା ମେସେଜକୁ ଖୋଜି ପାଇପାରିବେ।

ବର୍ତ୍ତମାନର ଯୁବପିଢ଼ି ମେସେଜ୍ ପାଇଁ ହ୍ୱାଟ୍ସଆପର ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ଗୋଟିଏ ଦିନରେ ହଜାର ହଜାର ମେସେଜ ହେଉଥିବା ଦେଖିବାକୁ ମିଳୁଛି। ତେଣୁ କୌଣସି ନିର୍ଦ୍ଦିଷ୍ଟ ମେସେଜକୁ ହ୍ୱାଟ୍ସଆପରୁ ଖୋଜିପାଇବାରେ ଅନେକ ଅସୁବିଧା ହେଉଛି।

ତେବେ ଏହି ନୂଆ ଫିଚର ଜରିଆରେ ହ୍ୱାଟ୍ସଆପରେ ଏକ କ୍ୟାଲେଣ୍ଡର ଅପସନ ରହିବ। ଯେଉଁଥିରେ ଆପଣ ଯେଉଁ ତାରିଖ ଚୟନ କରିବେ ସେହି ତାରିଖର ମେସେଜ ଆପଣଙ୍କୁ ହଠାତ୍ ମିଳିପାରିବ।

ଏହି ନୂଆ ଫିଚର ଉପରେ ଏବେ କମ୍ପାନି କାମ ଆରମ୍ଭ କରିଛି। ଏହାକୁ ପ୍ରଥମେ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ କମ୍ପାନି ଲଞ୍ଚ୍ କରିବ। ଏହାପରେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ।

Comment