ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା। ମୁମ୍ବାଇସ୍ଥିତ ନିଜ ବାସଭବନରେ ସେ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ବର୍ତ୍ତମାନ ପୋଲିସ ପହଞ୍ଚିଥିବାବେଳେ ସେଠାରେ ସୁଶାନ୍ତ ସିଂହ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ କିଛି ଦିନ ଧରି ସେ ଡିପ୍ରେସନରେ ଥିଲେ ବୋଲି ସୂଚନା ମିଳିଛି।

ବଲିଉଡର ଏହି ଅଭିନେତା ଜଣକ ପ୍ରଥମେ ଟେଲିଭିଜନ ସିରିଏଲରେ କାମ କରୁଥିଲେ। ଏହାପରେ ସେ ପବିତ୍ର ରିସ୍ତା ନାମକ ଏକ ସିରିଏଲ୍ ଜରିଆରେ ବେଶ ଲୋକପ୍ରିୟ ହୋଇଥିଲେ। ପରେ ପରେ ସେ ବଲିଉଡରେ ମଧ୍ୟ ଏଣ୍ଟ୍ରି କରିଥିଲେ।

ବଲିଉଡ୍ ଫିଲ୍ମ ‘ଏମ୍ ଏସ୍ ଧୋନୀ-  ଦ ଅନଟୋଲ୍ଡ ଷ୍ଟୋରୀ’ ଜରିଆରେ ସୁଶାନ୍ତ ସଂହ ରାଜପୁତ ଦର୍ଶକମାନଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲେ। ଏଥିସହ ଛିଛୋରେ, କେଦାରନାଥ, ପିକେ, ଶୁଦ୍ଧ ଦେଶୀ ରୋମାନ୍ସ ଭଳି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ତାଙ୍କୁ ବଲିଉଡରେ ଲୋକପ୍ରିୟ କରିପାରିଥିଲା।

Comment