ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନୟରେ କହିଥିବା ଡାଇଲଗ୍‌କୁ କେବେ ଅନୁଭବ କରିନଥିଲେ ସୁଶାନ୍ତ। ଛିଛୋରେ ଫିଲ୍ମରେ କହିଥିଲେ, ‘ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ’। ହେଲେ ଆଜି ନିଜେ ସୁଶାନ୍ତ ସିଂହ ରାଜପୁତ ରିୟଲ ଲାଇଫ୍‌ରେ ଆତ୍ମହତ୍ୟା କରି ପୂରା ବଲିଉଡ୍‌ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ତାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛି ପୂରା ବଲିଉଡ୍‌ ଜଗତ।

ଆଜି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇସ୍ଥିତ ନିଜ ବାସଭବନରେ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବାବେଳେ ସେଠାରେ ସୁଶାନ୍ତ ସିଂହ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ କିଛି ଦିନ ଧରି ସେ ଡିପ୍ରେସନରେ ଥିଲେ ବୋଲି ସୂଚନା ମିଳିଛି।

ସୁଶାନ୍ତ ପ୍ରଥମେ ଟେଲିଭିଜନ ସିରିଏଲରେ କାମ କରୁଥିଲେ। ଏହାପରେ ସେ ପବିତ୍ର ରିସ୍ତା ନାମକ ଏକ ସିରିଏଲ୍‌ରେ ଅଭିନୟ କରିଥିଲେ। ଏହି ସିରିଏଲରେ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ। ପରେ ପରେ ସେ ବଲିଉଡରେ ମଧ୍ୟ ଏଣ୍ଟ୍ରି କରିଥିଲେ।

ବଲିଉଡ୍ ଫିଲ୍ମ ‘ଏମ୍ ଏସ୍ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’ ଜରିଆରେ ସୁଶାନ୍ତ ସିଂହ ରାଜପୁତ ଦର୍ଶକମାନଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲେ। ଏଥିସହ ଛିଛୋରେ, କେଦାରନାଥ, ପିକେ, ଶୁଦ୍ଧ ଦେଶୀ ରୋମାନ୍ସ ଭଳି ଫିଲ୍ମରେ ତାଙ୍କର ଦମଦାର ଅଭିନୟ ତାଙ୍କୁ ବଲିଉଡରେ ଲୋକପ୍ରିୟ କରିପାରିଥିଲା।

Comment