ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sushant-3

ଗତକାଲି ସାରା ଜଗତକୁ ଅଲବିଦା କହିଦେଲେ ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ। ନିଜ ମୁମ୍ବାଇସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ। ଏହି ଖବର ବି-ଟାଉନଠାରୁ ଆରମ୍ଭ କରି ତାଙ୍କର ସମସ୍ତ ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି। ସୁଶାନ୍ତଙ୍କ ବୟସ ମାତ୍ର ୩୪ ବର୍ଷ ଥିଲା।

ଏହି ଖବର ପାଇବା ପରେ ପଟନାରେ ରହୁଥିବା ତାଙ୍କ ପରିବାର ଲୋକେ ପୂରାପରି ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ କହିବା ଅନୁଯାୟୀ ଏହି ବର୍ଷ ନଭେମ୍ବର ମାସରେ ସୁଶାନ୍ତ ବିବାହ କରିଥାନ୍ତେ। ଏଥିପାଇଁ ଘରଲୋକେ ମଧ୍ୟ ପ୍ରସ୍ତୁତ ହେଉଥିଲେ। ହେଲେ ଏହି ସବୁ ଆଶା ଆଶାରେ ହିଁ ରହିଗଲା। ବଲିଉଡରେ ଖୁବ୍ କମ୍ ସମୟରେ ନାଁ କରିପାରିଥିବା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାର ରାସ୍ତା ବାଛିଲେ।

sushant-1

ତେବେ ଶେଷ ଥର ପାଇଁ ଫିଲ୍ମ ‘ଛିଛୋରେ’ ରେ ଅଭିନୟ କରିଥିଲେ ସୁଶାନ୍ତ। ଏହା ବ୍ୟତୀତ ଏମ୍.ଏସ୍. ଧୋନୀ, ପି.କେ, ଡିଟେକ୍ଟିଭ୍ ବ୍ସୋମକେସ ବକ୍ସି, ରାବତା ଆଦି ବିଭିନ୍ନ ଫିଲ୍ମ ଜରିଆରେ ନିଜ ଛାପ ଛାଡ଼ିଯାଇଛନ୍ତି ସୁଶାନ୍ତ।

Comment