ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟରେ ପୁଣିଥରେ ଅନୁଭୂତ ହେଲା ଭୂମିକମ୍ପ। ସୋମବାର ଦିନ ୧୨ଟା ୫୭ ମିନିଟରେ ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଏହାର ତୀବ୍ରତା ୪.୫ ରହିଛି ବୋଲି ଜଣାପଡ଼ିଛି।

ଏହି ଭୂମିକମ୍ପ ଗୁଜରାଟର କଚ୍ଛ ଉପକୂଳରୁ ପ୍ରାୟ ୧୫  କିଲୋମିଟର ଦୂରରେ ଅନୁଭୂତ ହୋଇଛି। ଏହା ପୂର୍ବରୁ ରବିବାର ମଧ୍ୟ ଗୁଜରାଟରେ ୫.୫ ତୀବ୍ରତାର ଭୁମିକମ୍ପର ଝଟକା ଦେଖିବାକୁ ମିଳିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଛୋଟବଡ଼ ପ୍ରାୟ ୧୧ ଥର ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି। ତେଣୁ ଅଧିକାଂଶ ଲୋକ ଭୟରେ ଏବେ ଘର ଛାଡ଼ି ବାହାରେ ବସିଥିବା ଦେଖିବାକୁ ମିଳିଛି।

ରବିବାର ରାତିରେ ମଧ୍ୟ ଗୁଜରାଟରେ ଭୂମିକମ୍ପ ଝଟକା ଅନୁଭୂକ ହୋଇଥିଲା। ତେଣୁ ଲଗାତାର ଦ୍ୱିତୀୟ ଦିନରେ ସେଠାରେ ଭୂମିକମ୍ପ ହେବା ଦ୍ୱାରା ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।

Comment