ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତକାଲି  ମୁମ୍ବାଇରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ନିଜ ଅଭିନୟ କାରଣରୁ ବଲିଉଡରେ ଲୋକପ୍ରିୟ ହୋଇଥିବା ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି।

ତେବେ ସୁଶାନ୍ତଙ୍କ କତୋଟି ଫିଲ୍ମ ଆଜି ବି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ। ତାଙ୍କର କେତୋଟି ଲୋକପ୍ରିୟ ଫିଲ୍ମ ହେଲା…

ଏମ୍ ଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ

ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନ କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଥିଲା। ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ ସୁଶାନ୍ତ। ଫିଲ୍ମରେ ତାଙ୍କର ଦମଦାର ଅଭିନୟକୁ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ। ଏପରିକି ଖୋଦ୍ ନିଜେ ଧୋନୀ ମଧ୍ୟ ସୁଶାନ୍ତଙ୍କ ଅଭିନୟକୁ ପ୍ରଂଶସା କରିଥିଲେ।

ଛିଛୋରେ

୨୦୧୯ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଛିଛୋରେ’ ଯୁବପିଢ଼ିଙ୍କୁ ବେଶ ଆକର୍ଷିତ କରିଥିଲା। ଏହି ଫିଲ୍ମରେ ସେ ଆତ୍ମହତ୍ୟା କରିବା ଏକ ଅପରାଧ ବୋଲି ମଧ୍ୟ କହିଥିଲେ। ହେଲେ ସେ ନିଜେ ସେହି ଭୁଲ କରିବସିଛନ୍ତି। ଛିଛୋରେ ଫିଲ୍ମରେ ଆପଣ ସୁଶାନ୍ତଙ୍କ ସହିତ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଦେଖିବାକୁ ପାଇବେ।

କେଦାରନାଥ

ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ କେଦାରନାଥ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ୨୦୧୮ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଆପଣ ଏକ ପ୍ରେମ କାହାଣୀକୁ ଦେଖିବାକୁ ପାଇବେ। ଏହି ଫିଲ୍ମର ସୁଟିଂ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ପାଖରେ ହୋଇଛି।

କାଇ ପୋ ଚେ

୨୦୧୩ ମସିହାରେ ରିଲିଜ୍ ହୋଇଥିବା କାଇ ପୋ ଚେ ଫିଲ୍ମ ଜରିଆରେ ବଲିଉଡକୁ ପ୍ରବେଶ କରିଥିଲେ ସୁଶାନ୍ତ। ଏହି ଫିଲ୍ମରେ ତାଙ୍କ ସହ ରାଜକୁମାର ରାଓ ମଧ୍ୟ ନଜର ଆସିଥିଲେ। ପ୍ରଖ୍ୟାତ ଲେଖକ ଚେତନ ଭଗତଙ୍କ ‘ଥ୍ରୀ ମିସଟେକ୍ ଅଫ୍ ମାଇ ଲାଇଫ୍’ ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ତିନି ଜଣ ଯୁବକଙ୍କ ଜୀବନ କାହାଣୀ ବର୍ଣ୍ଣନା ହୋଇଥିଲା।

Comment