ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରେ ନିଖୋଜ ହେଲେ ୨ ଭାରତୀୟ ଦୂତାବାସ କର୍ମଚାରୀ। ଇସାଲାମାବାଦରେ ଥିବା ଭାରତୀୟ ଦୂତାବାସର ଦୁଇ ଜଣ ସିଆଇଏସ୍ଏଫ୍ କର୍ମଚାରୀ ଆଜି ହଠାତ୍ ନିଖୋଜ ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ ସୋମବାର ଦୁଇଜଣ ସିଆଇଏସଏଫର ଡ୍ରାଇଭର ଡ୍ୟୁଟିରେ ବାହାରକୁ ଯାଇଥିଲେ। ହେଲେ ସେ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିନାହାନ୍ତି। ବର୍ତ୍ତମାନ ସେମାନଙ୍କୁ ଖୋଜାଖୋଜି କରାଯାଉଥିଲେ ମଧ୍ୟ ସେ ନିଖୋଜ ଥିବା ଜଣାପଡିଛି।

ଏହା ପୂର୍ବରୁ ପାକିସ୍ତାନରେ ଭାରତୀୟ ଅଧିକାରୀମାନଙ୍କ ପଛରେ ଗୁପ୍ତଚର ଲଗାଯାଇଥିବା ଅଭିଯୋଗ ହୋଇଥିଲା। ଯେଉ ଗୁପ୍ତଚରମାନେ ଅଧିକାଂଶ ସମୟରେ ଭାରତୀୟ ଅଧିକାରୀମାନଙ୍କ ପିଛା କରୁଥିଲେ। ଏହା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ମଧ୍ୟ କୁହାଯାଉଥିଲା।

ଏପରିକି ଭାରତୀୟ ଦୂତାବାସର କିଛି ବରିଷ୍ଠ ଅଧିକାରୀଙ୍କ ଉପରେ ଆଇଏସଆଇ ନଜର ରଖଥିବା ସୂଚନା ମିଳିଥିଲା। ତେଣୁ ଆଜି ଏହି ୨ କର୍ମଚାରୀ ନିଖୋଜ ହେବା ପରେ ସେମାନଙ୍କୁ ଅପହରଣ କରି ନିଆଯାଇଥିବା ସନ୍ଦେହ କରାଯାଉଛି।

Comment