ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଆଗଧାଡ଼ିର ଯୁବ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି କୁହାଯାଉଛି। ଏହାପରେ ଜଣକ ପରେ ଜଣଙ୍କର ଡିପ୍ରେସନକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଏମିତିକି ନିଜେ ଡିପ୍ରେସନର ଶିକାର ହୋଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଡିପ୍ରେସନକୁ ସେ ଏକ ରୋଗ ବୋଲି ସେ କହିଛନ୍ତି। ‘‘ଏ ପରି ସମୟରେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରନ୍ତୁ, ଆପଣଙ୍କର ଅସୁବିଧାକୁ ସେୟାର କରନ୍ତୁ, ଖୋଲାଖୋଲି ଭାବେ ଏସମ୍ପର୍କରେ ଆଲୋଚନା କରନ୍ତୁ। ମନେରଖନ୍ତୁ, ଆପଣ ଏହି ଯୁଦ୍ଧରେ ଏକା ନୁହଁ’’, କହିଛନ୍ତି ଦୀପିକା।

ଦୀପିକାଙ୍କ ଏହି ଟୁଇଟକୁ ନେଇ ଟୁଇଟରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଟୁଇଟର ୟୁଜର ଡିପ୍ରେସନକୁ ନେଇ ନିଜର ଅନୁଭୂତି ସେୟାର କରିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ଦୀପିକା ଏହି ଟୁଇଟ୍ କରିଥିଲେ। ସୁଶାନ୍ତ ଗତ ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ସୋମବାର ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

Comment