ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଚୀନ ସୀମାରେ ପୁଣି ଚୀନ ସେନାର ଦାଦାଗିରି। ସୀମାର ଗାଲଓ୍ଵାନ ଭ୍ୟାଲିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ ସେନାର ଆକ୍ରମଣରେ ୩ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ଓ ଦୁଇ ଯବାନ ରହିଛନ୍ତି।

ଭାରତ ସୀମାରେ ଚୀନ୍‌ସେନାମାନେ ପଶି ଆସିଥିଲେ। ଭାରତୀୟ ସେନା ଚୀନ୍‌ ସେନାଙ୍କୁ ପଛକୁ ହଟାଇବା ବେଳେ ଏହି ଉତ୍ତେଜନ ହୋଇଥିଲା। ବର୍ତ୍ତମାନ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି ହୋଇଛି।

ଅନ୍ୟପକ୍ଷରେ ସୀମାରେ ଗୁଳିବିନିମୟକୁ ଖଣ୍ଡନ କରିଛି ଚୀନ୍‌। ଏହାସହ ଭାରତ କୌଣସି ଏକପାକ୍ଷିଆ କାର୍ଯ୍ୟାନୁଷ୍ଠାନ ନନେଉ ବୋଲି ଚୀନ୍‌ କହିଛି।

Comment