ଓଡ଼ିଶାଲାଇଭ୍‌ ବ୍ୟୁରୋ   

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଟିଏ ଦିନରେ ଭାରତରେ କରୋନା ଯୋଗୁଁ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧,୯୨୧ରେ ପହଞ୍ଚିଛି।

ସେହିପରି ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୫୪, ୦୬୫ରେ ପହଞ୍ଚିଛି। ଏହାସହ ୧, ୫୫, ୨୩୭ଟି ଆକ୍ଟିଭ କେସ୍ ରହିଥିବା ବେଳେ ୧, ୮୭, ୫୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧, ୯୨୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଗତ ୨୪ ଘଣ୍ଟା ଭିତରେ ୨,୦୦୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାସହ ୧୦, ୯୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଦେଶରେ କରୋନା ସଂକ୍ରମଣରେ ସବୁଠୁ ଆଗରେ ଥିବା ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ୩,୧୬୫ ଛୁଇଁଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧, ୧୩, ୪୪୫ ରହିଛି। ଏଥିରୁ ୫୭ ,୮୫୧ ଜଣ ସୁସ୍ଥ ହୋଇଥିବାବେଳେ ୫୦, ୦୪୪ ଟି କେସ୍ ଆକ୍ଟିଭ୍ ରହିଛି। ମହାରାଷ୍ଟ୍ରର କରୋନା ମୃତ୍ୟୁହାର ମୋଟ ଆକ୍ରାନ୍ତଙ୍କ ୪.୮ ପ୍ରତିଶତ, ଯାହାକି ଦେଶର ମୋଟ କରୋନା ମୃତ୍ୟୁହାରଠାରୁ ଦୁଇଗୁଣ ଅଧିକ।

ସେହିପରି ଓଡ଼ିଶାରେ ଆଜି ୧୭୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮ ରହିଛି। ଏହା ଭିତରୁ ୧,୩୫୦ଟି ଆକ୍ଟିଭ୍ କେସ୍ ରହିଥିବାବେଳେ ୨,୯୭୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ୧୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Comment