ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଦାଖ ଗଲଓ୍ୱାନ ଘାଟିରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି। ଜଣେ ହେଲେ ୨୮ ବର୍ଷୀୟ ଚନ୍ଦ୍ରକାନ୍ତ ପ୍ରଧାନ। ତାଙ୍କ ଘର କନ୍ଧମାଳର ରାଇକିଆ ବ୍ଲକ, ବିଅରପାଙ୍ଗାରେ। ୬ ବର୍ଷ ତଳେ ଚନ୍ଦ୍ରାକନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬ ରେଜିମେଣ୍ଟରେ ଯୋଗ ଦେଇଥିବା ଚନ୍ଦ୍ରକାନ୍ତ ୨ ବର୍ଷ ହେଲା ଲଦାଖରେ ଡ୍ୟୁଟି କରୁଥିଲେ।

ଅନ୍ୟ ଜଣେ ସହିଦ ଓଡ଼ିଆ ଯବାନ ହେଲେ ନନ୍ଦୁରାମ ସୋରେନ। ନନ୍ଦୁରାମଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ ଚମ୍ପାରଦା ଗାଁରେ। ସେ ମଧ୍ୟ ବିହାର ୧୬ ରେଜିମେଣ୍ଟରେ ଯୋଗ ଦେଇଥିଲେ।

ସୋମବାର ବିଳମ୍ବିତ ରାତିରେ ଗଲଓ୍ୱାନ ଘାଟିରେ ଚୀନ ଓ ଭାରତୀୟ ସେନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଢେଲାପଥର ମାଡ଼, ଲୁହାଛଡ଼ରେ ଆକ୍ରମଣ ହୋଇଥିବାରୁ  ଭାରତର ଜଣେ କର୍ଣ୍ଣେଲଙ୍କ ସମତେ ୨୦ ଯବାନ ସହିଦ ହୋଇଥିଲେ। ଏଥିରେ ଚୀନର ୪୩ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି।

Comment