ଓଡ଼ିଶାଲାଇଭ୍‌ ବ୍ୟୁରୋ

”ମତେ କରୋନା ହୋଇଛି”, କହି ରାସ୍ତା ମଝିରେ କାର୍‌ ସାମ୍ନାକୁ ଡେଇଁପଡ଼ିଲେ ଯୁବକ। ଉତ୍ତରପ୍ରଦେଶର ମେରଠ ସହରର ବେଗୁମ୍ପୁଲ ଛକରେ ଘଟିଛି ଏହି ଘଟଣା।

ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ନିଜକୁ କରୋନା ପଜିଟିଭ୍ ବୋଲି ଦାବି କରି କାର ଆଗରେ ଡେଇଁ ପଡ଼ିଥିଲେ। ଅନେକ ଥର କହିବା ପରେ ବି ସ୍ୱାସ୍ଥ୍ୟ ବିଭାଗ ମୋର କରୋନା ପରୀକ୍ଷା କରୁନାହିଁ ବୋଲି ସେ କହିଥିଲେ। ଯୁବକଙ୍କର ରାସ୍ତା ମଝିରେ ଏହି ପାଗଳାମି ଖବର ପାଇବା ପରେ ପୋଲିସ୍‌ ପହଞ୍ଚିଥିଲା। ଯୁବକଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଯୁବକ କାହା କଥା ଶୁଣିନଥିଲେ। ଓଲଟା ମତେ କରୋନା ହୋଇଛି, ମତେ କେହି ଛୁଅଁନା ବୋଲି ସେ କହିଥିଲେ।

ଯୁବକଙ୍କ କହିବା କଥା ଯେ ଅନେକ ଦିନରୁ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖାଯାଉଛି। ସେ ଅନେକ ଥର ସ୍ୱାସ୍ଥ୍ୟ ବିଭାଗକୁ ଫୋନ୍‌ କରି ଏ ବିଷୟରେ କହିଛନ୍ତି। ହେଲେ କେହି ତାଙ୍କ କଥା ଶୁଣୁ ନାହାନ୍ତି।

ପ୍ରାୟ ୧ ଘଣ୍ଟା କାଳ ଚେଷ୍ଟା କରିବା ପରେ ପୋଲିସ କୌଣସି ପ୍ରକାରେ ଯୁବକଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ପଠାଇବାରେ ସଫଳ ହୋଇଥିଲେ। ଯୁବକଙ୍କର କରୋନ ଯାଞ୍ଚ କରିବାକୁ ପୋଲିସ ପ୍ରତିଶ୍ରୁତି ଦେଇଛି।

Comment