ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୀମା ବିବାଦକୁ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ
  • ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ବୈଠକ
  • କଂଗ୍ରେସ ଓ ଆରଜେଡି ଦଳ ମଧ୍ୟ ସାମିଲ ହେବେ

ଭାରତ-ଚୀନ ସୀମା ବିବାଦକୁ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ବୈଠକରେ ଯୋଗଦେବେ ବୋଲି କୁହାଯାଇଛି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରାଜନୈତିକ ଦଳର ସଭାପତିଙ୍କ ସହ ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରିବେ। ଏଥିସହ ଆଗକୁ ଭାରତର ଆଭିମୁଖ୍ୟ କଣ ରହିବ ସେନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି।

ଏହି ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଯୋଗଦେବେ। ସଂସଦରେ ଯେଉଁ ଦଳର ସାଂସଦଙ୍କ ସଂଖ୍ୟା ୫ରୁ ଅଧିକ ରହିଛି ସେହି ଦଳକୁ ଏହି ବୈଠକରେ ଯୋଗ ଦେବାକୁ କୁହାଯାଉଛି। ବିଜେଡ଼ି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ବୈଠକରେ ଆମ୍ ଆଦମୀ ପାର୍ଟି ଓ ଆରଜେଡି ଭଳି ଦଳକୁ ଡକାନଯିବା କାରଣରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଅନ୍ୟପଟେ ଏହି ବୈଠକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତ୍ୟେକ ଦଳ ସହ ଫୋନ୍ ଯୋଗେ କଥା ହୋଇଛନ୍ତି।

Comment