ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷ ଓ ଜୀବଜନ୍ତୁ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା, ଶରୀରର ତାପମାତ୍ରା ବଜାୟ ରଖିବା ଓ ଶୋଷ ମେଣ୍ଟାଇବା ପାଇଁ ଜଳର ଭୂମିକା ବେଶ୍‌ ଅଧିକ। କିନ୍ତୁ, ଆପଣ ଜାଣନ୍ତି କି ଖାଲି ପେଟରେ ପାଣି ପିଇବା ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଜାଣନ୍ତୁ, ଖାଲି ପେଟରେ ପାଣିପିଇବାର ଫାଇଦା?

ଯେତେବେଳେ ଆପଣ ସକାଳୁ ଉଠନ୍ତି, ଆପଣଙ୍କ ଶରୀର ଜଳ ଆବଶ୍ୟକ କରେ। କାରଣ ଯେତେବେଳେ ଆପଣ ରାତିରେ ଶୋଇଥା’ନ୍ତି, ଶରୀର ଛଅରୁ ଆଠ ଘଣ୍ଟା ପର୍ଯ୍ୟନ୍ତ ପାଣି ନଥାଏ, ତେଣୁ ଆପଣ ଜାଗ୍ରତ ହେବା ପରେ ଏକ ଗ୍ଲାସ୍ ପାଣି ପିଇବା ଦରକାର।

ଖାଲି ପେଟରେ ପାଣି ପିଇଲେ ମେଟାବୋଲିଜିମ୍ ତ୍ୱରାନ୍ୱିତ ହୋଇଥାଏ ଫଳରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଖାଲିପେଟରେ ପାଣି ପିଇବା ଦ୍ୱାରା ଭୋକ ଲାଗି ନଥାଏ ଏବଂ ଖାଦ୍ୟ ହଜମ କରିଥାଏ।

ଖାଲିପେଟରେ ପାଣି ପିଇବାର ଆଉ ଏକ ଫାଇଦା ହେଉଛି ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରିଥାଏ। ରକ୍ତ ପ୍ରବାହରୁ ବର୍ଜ୍ୟବସ୍ତୁ ବାହାର କରିବା ଏବଂ ପରିସ୍ରା ଆକାରରେ ନିଷ୍କାସନ କରିବା ପାଇଁ କିଡନିରେ ଜଳ ଆବଶ୍ୟକ ହୋଇଥାଏ। ତେଣୁ, ଆପଣ ଉଠିବା ମାତ୍ରେ ସକାଳେ ପାଣି ପିଅନ୍ତୁ।

ସକାଳେ ଖାଲି ପେଟରେ ପାଣି ପିଇବା ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ। ଖାଲିପେଟରେ ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ରହି ନଥାଏ।

ସକାଳୁ ଉଠିବା ପରେ ଖାଲି ପେଟରେ ଏକ ଗ୍ଲାସ୍‌ ପାଣି ପିଇଲେ ମାନସିକ କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରକୁ ସଂକ୍ରମଣରୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଶରୀରରେ ଜଳୀୟଅଂଶ ଅଭାବ ଦେଖାଦେଲେ ମୁଣ୍ଡ ବିନ୍ଧା ଓ ମାଇଗ୍ରେନ୍‌ ଭଳି ସମସ୍ୟା ଦେଖାଦେଇଥାଏ। ଖାଲିପେଟରେ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଓ ମାଇଗ୍ରେନ୍‌ ହୋଇ ନଥାଏ।

ପ୍ରଚୁର ପରିମାଣରେ ପାଣି ପିଇବା ଫଳରେ ରକ୍ତ ସଫା ହେବା ସହ ମୁହଁରେ ବ୍ରଣ ଓ ଶୁଷ୍କତା କମିଥାଏ। ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ତ୍ଵଚାରେ ଆଦ୍ରତା ରଖିଥାଏ।

ଖାଲି ପେଟରେ ପାଣି ପିଇବା ଫଳରେ ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। କାରଣ ଯଦି ଆପଣଙ୍କ ଶରୀର ଡିହାଇଡ୍ରେଟ୍ ହୋଇଯାଏ ତେବେ ଆପଣଙ୍କୁ ଥକ୍କା ଲାଗିଥାଏ।

Comment