ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆପଣ ଅନେକ ପ୍ରକାରର ପୁରୁଣା ଦୁର୍ଗ ଦେଖିଥିବେ। ଯାହାକୁ ଶହ ଶହ ବର୍ଷ ତଳେ ରାଜା ମହାରାଜାମାନେ ନିର୍ମାଣ କରିଥିଲେ। ଭାରତରେ ଏଭଳି ଅନେକ ଦୁର୍ଗ ଦେଖିବାକୁ ଅଛି ଯାହାର ରହସ୍ୟ ଆଜି ବି ଅଜଣା ହୋଇ ରହିଛି।

ମହାରାଷ୍ଟ୍ରର ଏଭଳି ଏକ ଦୁର୍ଗର ନାଁ ହେଉଛି ପନହାଲା ଦୁର୍ଗ। ଏହା କୋଲ୍ହାପୁର ଜିଲ୍ଲାର ପନହାଲା ଅଞ୍ଚଳରେ ଅବସ୍ଥିତ। ଏହି ଦୁର୍ଗକୁ ୧୧୭୮ ମସିହାରୁ ୧୨୦୯ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା କୁହାଯାଉଛି। ଅନେକ ଲୋକ ଏହାକୁ ‘ସାପ ଦୁର୍ଗ’ ବୋଲି ମଧ୍ୟ କହିଥାନ୍ତି।ଏହି ଦୁର୍ଗର ନିର୍ମାଣ ଶୈଳୀ ସାପ ଭଳି ହୋଇଥିବାରୁ ଏହାକୁ ଲୋକମାନେ ସାପ ଦୁର୍ଗ ବୋଲି କହିଥାନ୍ତି। ଏହି ଦୁର୍ଗ ସହିତ ମହାରାଷ୍ଟ୍ର ରାଜା ମହାରାଜାମାନଙ୍କ ସମ୍ପର୍କ ମଧ୍ୟ ବେଶ ନିବିଡ଼।

ମରାଠା ଶାସକ ଶିବାଜୀ ମହାରାଜା ଏହି ଦୁର୍ଗରେ ପ୍ରାୟ ୫୦୦ ଦିନ ଧରି ରହିଥିବା ଶୁଣିବାକୁ ମିଳେ। ବର୍ତ୍ତମାନ ଏହି ଦୁର୍ଗ ମଧ୍ୟ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି।

Comment