ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମରେ ସବୁବେଳେ ଫିଟ୍‌ ଆଣ୍ଡ ଫାଇନ ଦେଖାଯାଆନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଆପଣ ଜାଣନ୍ତି କି କଙ୍ଗନା ନିଜକୁ ଫିଟ୍‌ ରଖିବାକୁ କ’ଣ କରନ୍ତି? ଆସନ୍ତୁ ଜାଣିବା ନିଜକୁ ଫିଟ୍‌ ରଖିବାକୁ କ’ଣ କରନ୍ତି କଙ୍ଗନା?

କଙ୍ଗନା ନିଜକୁ ସୁସ୍ଥ ରଖିବାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତି। ଅତ୍ୟଧିକ ତେଲିଆ ଓ ମସଲା ଯୁକ୍ତ ଖାଦ୍ୟଠୁ ନିଜକୁ ଦୂରେଇ ରଖନ୍ତି କଙ୍ଗନା। କଙ୍ଗନାଙ୍କ କହିବା କଥା ଅଧିକ ମସଲା ଓ ତେଲିଆ ଖାଦ୍ୟ ଖାଇଲେ ଓଜନ ବଢ଼ିବା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ।

କଙ୍ଗନା ବ୍ରେକଫାଷ୍ଟରେ ଫଳ ଓ ପ୍ରୋଟିନ ସେକ୍‌ ଖାଆନ୍ତି। ଖରାବେଳେ ରୁଟି, ଡାଲି, ସାଲାଡ ଖାଆନ୍ତି।

କଙ୍ଗନା ସପ୍ତାହକୁ ୫ ଦିନ ଜିମ୍‌ ଯାଆନ୍ତି। ଆଗାମୀ ଦିନରେ କଙ୍ଗନାଙ୍କ ଦୁଇଟ ଫିଲ୍ମ ପଙ୍ଗା, ଥଲାଇଭି ରିଲିଜ ହେବାକୁ ଯାଉଛି। ଫିଲ୍ମ ଥଲାଇଭିରେ କଙ୍ଗନା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିବେ।

Comment