ଓଡିଶାଲାଇଭ୍ ବ୍ୟୁରୋ

ଭାରତ ଓ ଚୀନ୍ ମଧ୍ୟରୁ କାହାର ସେନା କେତେ ଶକ୍ତିଶାଳୀ ଜାଣନ୍ତୁ, ଏହି ରିପୋର୍ଟରୁ

ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଏକ ପ୍ରକାରର ଯୁଦ୍ଧ ଲଢୁଛି। ହେଲେ ଅପରପକ୍ଷେ ଏହି ମହାମାରୀର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନ୍ କିନ୍ତୁ ପଡ଼ୋଶୀ ଭାରତ ସହ ମୁହାଁମୁହିଁ ହେଉଛି। ସୀମା ବିବାଦକୁ ନେଇ ଦୁଇ ଦେଶର ସୈନ୍ୟମାନେ ହାତାହାତି ହୋଇଥିବାବେଳେ ଏଥିରେ ଚୀନର ୪୩ ଜଣ ଓ ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଛନ୍ତି।

ଏଭଳି ଉତ୍ତେଜନାପୂ‌ର୍ଣ୍ଣ ସ୍ଥିତିରେ କେଉଁ ମୁହୂର୍ତ୍ତରେ ଯୁଦ୍ଧ ହେବ ତାହା ଅନୁମାନ କରିବା କଷ୍ଟକର ହୋଇପଡ଼ିଛି। ହେଲେ ଏହା ପୂର୍ବରୁ  ଦୁଇ ଦେଶର ବଳ ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ।

କାହାର ସୈନ୍ୟବଳ କେତେ?

ଚୀନର ସେନାରେ ବର୍ତ୍ତମାନ ୨୨ ଲକ୍ଷ ସକ୍ରିୟ ସୈନ୍ୟ ରହିଛନ୍ତି। ସେହିପରି ଭାରତୀୟ ସେନାବାହିନୀରେ ମଧ୍ୟ ୧୫ ଲକ୍ଷ ସୈନ୍ୟ ରହିଛନ୍ତିା ବିଶ୍ୱ ଫାୟାର ପାୱାରର ଏକ ରିପୋର୍ଟ ମୁତାବିକ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ତାଲିକାରେ ଚୀନ ତୃତୀୟ ସ୍ଥାନରେ ଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛିା ସେହି ରିପୋର୍ଟରୁ ମିଳିଥିବା ଆଉ ଏକ ତଥ୍ୟ ଅନୁସାରେ ଭାରତ ପାଖରେ ବର୍ତ୍ତମାନ ପାଖାପାଖି ୩୫,୪୪,୦୦୦ ସୈନ୍ୟ ଅଛନ୍ତିା ଏମାନଙ୍କ ମଧ୍ୟରୁ ୧୪,୪୪,୦୦୦ ସୈନ୍ୟ ସକ୍ରିୟ ଥିବାବେଳେ ୨୧,୦୦,୦୦୦ ଜଣ ରିଜର୍ଭ ଅଛନ୍ତିା ଯଦି ଆମେ ଚୀନ କଥା ଦେଖିବା, ଚୀନ ପାଖରେ ଏବେ ପ୍ରାୟ ୨୬,୯୩,୦୦୦ ସୈନ୍ୟ ଅଛନ୍ତିା ଏମାନଙ୍କ ଭିତରୁ ୨୧,୮୩,୦୦୦ ଜଣ ସକ୍ରିୟ ଏବଂ ୫,୧୦,୦୦୦  ଜଣ ରିଜର୍ଭ ଅଛନ୍ତିାପରମାଣୁ ଶକ୍ତିରେ କିଏ କେତେ ଆଗରେ?

ଭାରତ ଓ ଚୀନ୍ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛିା ୧୯୬୪ ମସିହାରେରେ ନ୍ୟୁକ୍ଲିୟର ପାୱାର ଦେଶରେ ପରିଣତ ହୋଇଥିଲା ଚୀନା ଏହାର ୧୦ ବର୍ଷ ପରେ ଅର୍ଥାତ୍ ୧୯୭୪ମସିହାରେ ଭାରତ ପରମାଣୁ ଶକ୍ତିସମ୍ପନ୍ନ ଦେଶରେ ପରିଣତ ହୋଇଥିଲ।। ଚୀନ ପାଖରେ ବର୍ତ୍ତମାନ ୩୨୦ଟି ପରମାଣୁ ଅସ୍ତ୍ର ଥିବାବେଳେ ଭାରତ ପାଖରେ ୧୫୦ଟି ପରମାଣୁ ବୋମା ରହିଛିା

କାହା ଏୟାରଫୋର୍ସ କେତେ ଶକ୍ତିଶାଳୀ?

ଏୟାରଫୋର୍ସ କଥା ଆଲୋଚନା କଲେ ଚୀନ୍ ଭାରତଠାରୁ ପଛରେ ରହିଛି। ଭାରତ ପାଖରେ କେବଳ ଭୂମିକୁ ମାଡ଼ କରିପାରୁଥିବା ୬୮ଟି ଏୟାରକ୍ରାଫ୍ଟ ରହିଛି। ହେଲେ ଚୀନ୍ ପାଖରେ ସମୁଦାୟ ମାତ୍ର ୧୭୫ଟି ଫାଇଟର ଜେଟ୍ ରହିଛି।ladakh- aircraft

ସୀମାରେ ଚୀନ ଆର୍ମି ଏୟାରଫୋର୍ସର ୮ଟି ଏୟାରବେସ ଅଛି କିନ୍ତୁ ଏଗୁଡିକ ହେଉଛି ମୁଖ୍ୟତଃ ସିବିଲିୟନ ଏୟାରଫିଲ୍ଡ। କୁହାଯାଉଛି ଯେ, ଏଠାରୁ ଆକ୍ରମଣ କରିବା ପାଇଁ ଚୀନକୁ ଅସୁବିଧା ହୋଇପାରୋ କାରଣ ତିବ୍ବତ ଏବଂ ଜିଂଗୟାଂଗରେ ଥିବା ଏୟାରବେସ ବହୁତ ଉଚ୍ଚରେ ରହିଛି। ଏହାଛଡ଼ା ପାଗ ଖରାପ ହେଲେ ଚୀନ ଏୟାରକ୍ରାଫ୍ଟ ଅଧିକ ଗୋଳାବାରୁଦ ଏବଂ ଇନ୍ଧନ ସହ ଉଡ଼ିପାରିବନାହିାଁଅନ୍ୟପଟରେ କିନ୍ତୁ ଭାରତ ପାଖରେ ଥିବା ମିରାଜ ୨୦୦୦ ଏବଂ ଏସ୍‌ୟୁ-୩୦ ଜେଟ ଯେକୌଣସି ପାଗରେ ମଧ୍ୟ ଉଡ଼ିପାରିବା ଭଳି କ୍ଷମତା ରଖିଛି। ଏହା ତୁଳନାରେ ଚୀନର ଜେ-୧୦ ଜେଟ ଏତେଟା ଶକ୍ତିଶାଳୀ ନୁହୋଁଚୀନଠାରୁ ଅଧିକ ଟ୍ୟାଙ୍କ ରଖିଛି ଭାରତ

ଯୁଦ୍ଧ ଟ୍ୟାଙ୍କ ରଖିବାରେ ଭାରତ ଚୀନଠାରୁ ଆଗରେ ରହିଛିା ଚୀନ ପାଖରେ ୩,୨୦୦ ଟ୍ୟାଙ୍କ ଥିବାବେଳେ ଭାରତ ପାଖରେ ୪,୨୦୦ରୁ ଅଧିକ ଟ୍ୟାଙ୍କ ଅଛିା ଚୀନ ପାଖରେ ଭାରତଠାରୁ ୧୦ ଗୁଣରୁ ଅଧିକ ରକେଟ ପ୍ରୋଜେକ୍ଟ ଅଛିା ଏପଟେ ଭାରତ ପାଖରେ ଡିଆରଡିଓ ୧୫୦ କିଲୋମିଟର ରେଞ୍ଜର ବାଲାଷ୍ଟିକ ମିସାଇଲ ପୃଥ୍ୱୀ-୧ ଥିବାବେଳେ ୨୫୦ କିଲୋମିଟର ରେଞ୍ଜର ପୃଥ୍ୱୀ-୨ ପରୀକ୍ଷଣ ଚାଲିଛିା ଚୀନ ପାଖରେ ମଧ୍ୟ ବିଭିନ୍ନ ବାଲାଷ୍ଟିକ ମିଶାଇଲ ଅଛି, ଯେଉଁଥିରେ କମ ଦୂର ଯାଉଥିବା ମିଶାଇଲଠୁ ଆରମ୍ଭ କରି ମହାଦ୍ୱୀପୀୟ ବାଲାଷ୍ଟିକ ମଧ୍ୟ ସାମିଲ ଅଛିା

Comment