ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନା
  • ୬ ରାଜ୍ୟର ୧୧୬ଟି ଜିଲ୍ଲାରେ ମିଳିବ ରୋଜଗାର
  • ୫୦ ହଜାର କୋଟିର ବ୍ୟୟବରାଦରେ ୨୫ ପ୍ରକାର କାମ

କରୋନା ମହାମାରୀର ଏହି ସଂକଟ ସମୟରେ ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ଘରକୁ ଫେରିଛନ୍ତି। ହାତରେ କାମ ନ ଥିବାରୁ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ଗରିବ କଲ୍ୟାଣ ରଖାଯାଇଛି।

ଗରିବ କଲ୍ୟାଣ ଯୋଜନା ବିହାରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆରମ୍ଭ ହୋଇଛି। ଏହି ଯୋଜନାର ଡିଜିଟାଲ ଉନ୍ମୋଚନରେ ଅନ୍ୟ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେତେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ।

ଏହି ଯୋଜନାରେ ଦେଶର ବିଭିନ୍ନ ସ୍ଥାନରୁ ଚାଲିଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଦିଆଯିବ। ଏହି ଅଭିଯାନ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଆରମ୍ଭ ହେବ। ଏହି ୬ଟି ରାଜ୍ୟ ଭିତରେ ବିହାରର ୩୨ଟି, ଉତ୍ତର ପ୍ରଦେଶର ୩୧ଟି, ମଧ୍ୟ ପ୍ରଦେଶର ୨୪ଟି, ରାଜସ୍ଥାନର ୨୨ଟି, ଝାଡ଼ଖଣ୍ଡର ୩ଟି ଏବଂ ଓଡ଼ିଶା ୪ଟି ଜିଲ୍ଲା ରହିଛି।

୫୦ ହଜାର କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ଶ୍ରମିକମାନଙ୍କୁ ୨୫ ପ୍ରକାର କାମ ଦିଆଯିବ। ଶ୍ରମିକମାନଙ୍କର ସ୍କିଲ ମ୍ୟାପିଂ କରାଯାଇଛି। ଏହି ଯୋଜନାରେ ୨୫ ହଜାର ପ୍ରବାସୀ ଶ୍ରମିକ ଉପକୃତ ହେବେ ବୋଲି ସରକାର ଦାବି କରିଛନ୍ତି।

Comment