ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଦେଶର ପ୍ରଧାନମନ୍ତ୍ରୀ ଅଥବା ରାଷ୍ଟ୍ରପତି ଭବନର ସୁରକ୍ଷା ଲାଗି ଯବାନ ନିୟୋଜିତ ହୋଇଥାନ୍ତି। ମାତ୍ର ବିଶ୍ୱରେ ଏପରି ଏକ ଦେଶ ରହିଛି, ଯେଉଁଠାରେ ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥାନ୍ତି ପେଚା ଓ ଛଞ୍ଚାଣଙ୍କ ଭଳି ଶିକାରୀ ପକ୍ଷୀ।

ରୁଷ୍‌ର ରାଷ୍ଟ୍ରପତି ଭବନ କ୍ରେମଲିନ୍ ଏବଂ ଏହାର ଆଖପାଖରେ ଥିବା ସରକାରୀ ବାସଭବନଗୁଡ଼ିକର ଦେଖାଶୁଣା କରିଥାନ୍ତି ଇଗଲ୍ ଓ ପେଚା। ୧୯୮୪ ରୁ ‘ଶିକାରୀ ପକ୍ଷୀ’ମାନଙ୍କର ଏକ ଟିମ୍ ଏହାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଆସୁଛି। ଏଥିରେ ବର୍ତ୍ତମାନ ୧୦ରୁ ଅଧିକ ପେଚା ଓ ୧୫ରୁ ଅଧିକ ଛଞ୍ଚାଣ ଅଛନ୍ତି। ସେମାନଙ୍କୁ ବିଶେଷ ଧରଣର ଟ୍ରେନିଂ ଦିଆଯାଇଛି।

ତେବେ ଏଭଳି କରିବା ପଛରେ କାରଣ ରହିଛି। ଏଠାକାର ରାଷ୍ଟ୍ରପତି ଭବନ ଓ ପାଖଆଖରେ ଥିବା କୋଠାଗୁଡ଼ିକରେ କାଉଙ୍କର ଉପଦ୍ରବ ଦେଖାଦେଇଥିଲା। କାଉ ଏଠାରେ ମଳମୂତ୍ର ତ୍ୟାଗ କରିବା ଦ୍ୱାରା ଏହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥିଲା। ଫଳରେ ସେମାନଙ୍କୁ ତଡ଼ିବା ପାଇଁ ଶିକାରୀ ପକ୍ଷୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହା କାଳକ୍ରମେ ସଫଳ ହେଲା।  ଏହି ପକ୍ଷୀମାନଙ୍କୁ ଡ୍ରୋନ୍ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। ଫଳରେ ରାଷ୍ଟ୍ରପତି ଭବନ ଉପରେ ଉଡ଼ୁଥିବା ଡ୍ରୋନ୍‌ଗୁଡ଼ିକୁ ଏମାନେ ସହଜରେ ନଷ୍ଟ ପାରିବେ।

Comment