ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମାଓବାଦୀଙ୍କୁ ଘାରିଲାଣି କରୋନା ଭୟ। ଏହି ଭୟରେ ଛତିଶଗଡ଼ର ଏକ ମାଓବାଦୀ ସଙ୍ଗଠନ ତାଙ୍କର ଜଣେ ସଦସ୍ୟଙ୍କୁ ଦଳରୁ ବିଦା କରିଦେଇଛି।

ଛତିଶଗଡ଼ ବିଜାପୁର ଜିଲ୍ଲାର ଦଣ୍ଡକାରଣ୍ୟରେ ଏହି ମାଓବାଦୀ ସଙ୍ଗଠନ ସକ୍ରିୟ ଥିଲା। ଏହି ସଙ୍ଗଠନରେ ଥିବା ସୁମିତ୍ରା ଚେପା ନାମକ ଜଣେ ମାଓନେତ୍ରୀ କିଛି ଦିନ ହେଲା ଥଣ୍ଡା, କାଶରେ ପୀଡ଼ିତ ଥିଲେ। ତେଣୁ ସେ କରୋନାରେ ସଂକ୍ରମିତ ଥିବା ଭୟ କରି ତାଙ୍କ ସଙ୍ଗଠନ ତାଙ୍କୁ ଘରକୁ ପଠାଇ ଦେଇଥିଲା।

ଏହାପରେ ସୁମିତ୍ରା ଘରକୁ ଫେରିବା ପାଇଁ ବିଜାପୁର ମୋଦକପାଲ ଜଙ୍ଗଲରେ ଅପେକ୍ଷା କରିଥିଲା। ହେଲେ ସେହି ସମୟରେ ଡିଆରଜି ତାକୁ କାବୁ କରିନେଇଥିଲେ। ଏହାପରେ ଏବେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ତାକୁ ପଚରାଉଚୁରା କରାଯିବ ବୋଲି କୁହାଯାଇଛି।

Comment