ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ୧୫ ତାରିଖରେ ହୋଇଥିଲା ଭାରତ-ଚୀନ୍‌ ସଂଘର୍ଷ। ଜାଣନ୍ତୁ କ’ଣ ଥିଲା କାରଣ?

୧୫ ଜୁନ ଲଦାଖର ଗଲଓ୍ଵାନ ଘାଟିରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ତେବେ ଏଥିରେ ଚୀନ୍‌ର ୪୩ ସୈନ୍ୟ ପ୍ରାଣ ହରାଇଥିଲେ। ହେଲେ ଏହାକୁ ଅସ୍ଵୀକାର କରିଛି ଚୀନ୍‌। ଏହାସହ ସବୁ ଭୁଲ ଭାରତୀୟ ସେନା ଉପରେ ଲଦି ଦେଇଛି। ଏହି ଘଟଣା ପରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଛି, ହେଲେ ସମାଧାନ ହୋଇପାରୁନାହିଁ। ଏବେ ଭାରତର ୩ ସେନା ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

ତେବେ ଜୁନ୍‌ ୧୫ ତାରିଖରେ ଗଲଓ୍ଵାନ ଘାଟିରେ କ’ଣ ଘଟିଥିଲା? ଯେଉଁଥିପାଇଁ ଭାରତର ୨୦ ଜଣ ଯବାନଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ପୂରା ଘଟଣା।

ଯୁଦ୍ଧ ପଛର କାରଣ

ଗଲଓ୍ଵାନ ଘାଟିରେ ହୋଇଥିବା ସଂଘର୍ଷର ୧୦ ଦିନ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଲେପ୍ଟନାଣ୍ଟ ଜେନେରାଲ ସ୍ତରର ବୈଠକ ହୋଇଥିଲା। ଯେଉଁଥିରେ ଉଭୟ ଦେଶ ପେଟ୍ରୋଲ ପଏଣ୍ଟରୁ ପଛକୁ ଫେରିବା ନିଷ୍ପତ୍ତି ନେଇଥିଲେ। କାରଣ ଦୁଇ ଦେଶର ସେନା ଏଲ୍‌ଏସିର ବହୁ ନିକଟକୁ ଚାଲି ଆସିଥିଲେ।

ଏହାସହ ଗଲଓ୍ଵାନ ନଦୀକୂଳରେ ଚୀନ୍‌ର ସର୍ବେକ୍ଷଣ ପୋଷ୍ଟ ଭାରତ ସୀମା ମଧ୍ୟରେ ଥିଲା, ଯାହାକୁ ହଟାଇବା ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିଲା। କିଛି ଦିନ ପରେ ଚୀନ୍‌ ଏହି ପୋଷ୍ଟକୁ ହଟାଇ ଦେଇଥିଲା। ସେହିଦିନ ଏହି ବିଷୟରେ ୧୬ ବିହାରର କମାଣ୍ଡିଂ ଅଫିସର କର୍ଣ୍ଣେଲ ବି ସନ୍ତୋଷ ଚୀନ୍‌ ଅଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ।

ହେଲେ ଜୁନ୍‌ ୧୫ ତାରିଖ ରାତିରେ ଚୀନ୍‌ ପୁଣି ସେହି ସ୍ଥାନରେ ନିଜ ପୋଷ୍ଟ ରଖିଲା। ଏହି ଖବର କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁଙ୍କ ପାଖରେ ପହଞ୍ଚିଥିଲା। ବି ସନ୍ତୋଷ ବାବୁ ଖବର ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଓ ଚୀନ୍‌ ସେନାଙ୍କ କ୍ୟାମ୍ପକୁ ଯିବାକୁ ନିଷ୍ପତ୍ତି ନେଇଥିଲେ।

୩୫ ଜଣ ଯବାନଙ୍କ ସହ ଚୀନ୍‌ କ୍ୟାମ୍ପକୁ ଗଲେ ବି ସନ୍ତୋଷ ବାବୁ

୧୫ ତାରିଖ ସନ୍ଧ୍ୟା ୭ଟାରେ ସନ୍ତୋଷ ବାବୁ ୩୫ ଜଣ ଯବାନଙ୍କ ସେହି ପୋଷ୍ଟ ପାଖକୁ ଗଲେ। ଭାରତୀୟ ସେନାଙ୍କ କୌଣସି ଯୁଦ୍ଧ ମନବୃତ୍ତି ନଥିଲା। ଭାରତୀୟ ଯାବାନ ମାନେ ଯାଇ ଚୀନ୍‌ କ୍ୟାମ୍ପରେ ପହଞ୍ଚିଲେ। ହେଲେ ସେଠାରେ ଚୀନ୍‌ ସେନାମାନଙ୍କ ବ୍ୟବହାର ଭିନ୍ନ ଥିଲା। ସେଠାରେ ସବୁବେଳେ ଡ୍ୟୁଟି କରୁଥିବା ସେନା ମଧ୍ୟ ନଥିଲେ।

ସହିଦ ସନ୍ତୋଷ ବାବୁଙ୍କୁ ଠେଲି ଦେଇଥିଲେ ଚୀନ୍‌ ସୈନ୍ୟ

ସେଠାରେ ଚୀନ୍‌ ସୈନ୍ୟମାନଙ୍କ ଗତିବିଧି ଠିକ ନଥିଲା। କର୍ଣ୍ଣେଲ ସନ୍ତୋଷ ବାବୁ ସେମାନଙ୍କ ସହ କଥା ହେବା ବେଳେ ଚୀନ୍‌ର ଜଣେ ଯବାନ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଏହାସହ ଚୀନ୍‌ ଭାଷାରେ ଗାଳି ମଧ୍ୟ ଦେଇଥିଲେ। ଏହି ସମୟରେ ଭାରତୀୟ ଯବାନମାନେ ତାଙ୍କୁ ପ୍ରତି ଆକ୍ରମଣ କରିଥିଲେ।

ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣ

କମାଣ୍ଡିଂ ଅଫିସରଙ୍କୁ ଠେଲି ଦେବା ଯାଗୁଁ ଭାରତୀୟ ଯବାନମାନେ ରାଗିଯାଇଥିଲେ। ପରେ ଯବାନମାନେ ପ୍ରତିଆକ୍ରମଣ କରିଥିଲେ। ଏଥିରେ ବନ୍ଧୁକର ବ୍ୟବହାର ହୋଇନଥିଲା। ଲୁହା ରଡ୍‌ ଓ ପଥରରେ ପରସ୍ପରକୁ ଆକ୍ରମଣ କରିଥିଲେ। ୩୦ ମିନିଟ୍‌ ଯୋଗୁଁ ଏହି ସଂଘର୍ଷ ଚାଲିଥିଲା ଏଥିରେ ଉଭୟ ସେନା ଆହତ ହୋଇଥିଲେ।

ଏହି ସମୟରେ ବି ସନ୍ତୋଷ ବାବୁ ଜାଣି ପାରିଲେ ଯେ ଚାଇନା ବୁଝାମଣା ପରିସ୍ଥିତିରେ ନାହିଁ, ତେଣୁ ସେ ଆହତ ଯବାନଙ୍କୁ ସେଠାରୁ ପଠାଇ ଅଧିକ ସୈନ୍ୟ ଗଲଓ୍ଵାନ ଘାଟିକୁ ପଠାଇବାକୁ ଖବର ଦେଇଥିଲେ। ହେଲେ ଏହା ପୂର୍ବରୁ ଚୀନ୍‌ ସୈନ୍ୟମାନେ ସେଠାରୁ ପଳଆଇଥିଲେ।

ଚୀନ୍‌ ସୈନ୍ୟଙ୍କ ଗତିବିଧିକୁ ଅନୁସରଣ କରିବାକୁ ଯାଇ କର୍ଣ୍ଣେଲ ସନ୍ତୋଷ ବାବୁ ଯବାନମାନଙ୍କୁ ନେଇ ସେମାନଙ୍କ ପଛରେ ଯାଇଥିଲେ। ଚୀନ୍‌ ଅନ୍ୟ କିଛି ସୈନ୍ୟ ସେଠାରେ ଲୁଚି ରହିଥିଲେ। ସେମାନେ ଭାରତୀୟ ସେନାଙ୍କୁ ବଡ଼ ବଡ଼ ପଥର ଫୋପାଡ଼ିଥିଲେ। ଏହି ସମୟରେ ସନ୍ତୋଷ ବାବୁଙ୍କ ମୁଣ୍ଡରେ ଏକ ବଡ଼ ପଥର ମାଡ଼ ହୋଇଥିଲା ଓ ସେ ଗଲଓ୍ଵାନ ନଦୀକୁ ଖସି ପଡ଼ିଥିଲେ।

ପରେ ଭାରତୀୟ ଯବାନ ଆକ୍ରମଣ କରିଥିଲେ। ଏହି ଯୁଦ୍ଧ ପ୍ରାୟ ୪୫ ମିନିଟ ଧରି ଚାଲିଥିଲା। ଯୁଦ୍ଧ ସରିବା ପରେ ଉଭୟ ପକ୍ଷରୁ ଅନେକ ଯବାନ ନଦୀରେ ପଡ଼ିଯାଇଥିଲେ। ଏହି ସମୟରେ ଭାରତୀୟ ଯବାନମାନେ ଆହତ ଯବାନମାନଙ୍କୁ ଶିବିରକୁ ନେଇ ଆସିଥିଲେ। ଶିବିରରେ ଭାରତୀୟ ଯବାନଙ୍କ ସାମ୍ନାରେ ସହିଦ ହୋଇଗଲେ କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁ।

ରାତି ୧୧ଟା ପରେ ତୃତୀୟ ଯୁଦ୍ଧ

ଅଫିସର ସହିଦ ହେବା ପରେ ରାଗିଯାଇଥିଲେ ଭାରତୀୟ ଯବାନ। ପରେ ପୁଣି ରାତି ୧୧ଟାରେ ପାଲଟା ଆକ୍ରମଣ କରିଥିଲା ଭାରତ। ପୁଣି ପଥର ଓ ଲୁହା ରଡ୍‌ରେ ପରସ୍ପରକୁ ଆକ୍ରମଣ କରିଥିଲେ। ପରେ ଧିରେ ଧିରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଖବର ପାଇବା ପରେ ଆମ୍ଵୁଲାନ୍ସ ପହଞ୍ଚି ଭାରତୀୟ ଯବାନଙ୍କୁ ସେଠାରୁ ଉଦ୍ଧାର କରିଥିଲା। ସେହିପରି ଚୀନ୍‌ ମଧ୍ୟ ନିଜ ସୈନ୍ୟଙ୍କ ମୃତଦେହକୁ ସେଠାରୁ ନେଇଥିଲା। ଏଥିରେ ମୋଟ୍‌ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲା ବେଳେ ଚୀନ୍‌ର ୪୩ ଜଣ ସୈନ୍ୟ ସହିଦ ହୋଇଛନ୍ତି।

Comment