ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଟିସିର ମଙ୍ଗଳଦୀପ୍ ଜଗନ୍ନାଥ ମନ୍ଦିର ଅଗରବତୀର ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ଓଡିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ଏହି ଅଗରବତୀକୁ ଓରମାସର ସହାୟତାରେ ଗ୍ରାମାଞ୍ଚଳ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ବଜାର ପ୍ରବେଶ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ବର୍ଷ ରାଥଯାତ୍ରା ସମୟରେ ହୋଇଥିଲା।

ଏହି ଅଗରବତୀ ତୁଳସୀ, ନିମ୍ବ, ଚନ୍ଦନ ଏବଂ କସ୍ତୁରୀ ଆଦିକୁ ଦୃଷ୍ଟିରେ ରଖି ଦୁଇ ପ୍ରକାର ବାସ୍ନାରେ ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି। ଏହି ପ୍ୟାକକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନେ ବ୍ୟବହାର କରିପାରିବେ ବୋଲି ସ୍ୱୀକୃତି ପ୍ରଦାନ କରାଯାଇଛି।

ଏହି ଅବସରରେ ଆଇଟିସିର ଅଗରବତୀ ବିଜିନେସ୍  ମୁଖ୍ୟ କାର୍ଯ୍ୟନିର୍ବାହୀ ରବି ରାୟଭରମ୍ କହିଛନ୍ତି, ‘‘ମଙ୍ଗଳଦୀପ୍ ଜଗନ୍ନାଥ ମନ୍ଦିର ଅଗରବତୀ କମ୍‌ ସମୟ ଭିତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ବାବୁସାନ ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ଏହା ଲୋକମାନଙ୍କ ପାଖରେ ଆହୁରି ଅଧିକ ଆଦୃତ ପାଇବ। ଆମେ ଓରମାସ୍ ଏବଂ ଶ୍ରୀଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷଙ୍କ ନକିଟରେ କୃତଜ୍ଞ।’’

ଆଇଟିସିରେ ମଙ୍ଗଳଦୀପ୍‌କୁ ୨୦୦୩ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଦେଶର ଦ୍ୱିତୀୟ ବୃହତମ ଅଗରବତୀ ବ୍ରାଣ୍ଡ ଭାବେ ଖ୍ୟାତି ହାସଲ କରିଛି।

Comment