ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ରେ ଖଳନାୟକ ଭୂମିକାରେ ଅଭିନୟ କରି ବେଶ ପରିଚିତ ହୋଇଥିଲେ ଅମରୀଶ ପୁରୀ। ତାଙ୍କ ଅଭିନୟରେ ଥିଲା ବାସ୍ତବତା। ଆଜି ଏହି ଭେଟରାନ ଅଭିନେତାଙ୍କ ଜନ୍ମଜୟନ୍ତୀ। ୧୯୩୨ ମସିହା ଜୁନ୍‌ ୨୨ ତାରିଖରେ ପଞ୍ଜାବରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୫ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଫିଲ୍ମରେ ଆସିବା ପୂର୍ବରୁ ଏକ ବୀମା କମ୍ପାନିରେ ଚାକିରି କରୁଥିଲେ ଅମରୀଶ ପୁରୀ। ଚାକିରି ସହ ପୃଥୀ ଥିଏଟରରେ ଯୋଗ ଦେଇଥିଲେ। ଥିଏଟର ପାଇଁ ସେ ଚାକିରି ଛାଡ଼ିବାକୁ ଭାବୁଥିଲେ ହେଲେ ତାଙ୍କ ସାଙ୍ଗମାନେ ତାଙ୍କୁ ମନା କରିଥିଲେ। ପରେ ଫିଲ୍ମ ପାଇଁ ବାରମ୍ଵାର ଅଫର ଆସିବାରୁ ସେ ଚାକିରି ଛାଡ଼ି ଦେଇଥିଲେ।

୨୨ ବର୍ଷ ବୟସରେ ସେ ଏକ ଅଡିସନ୍‌ ଦେଇଥିଲେ। ହେଲେ ତାଙ୍କୁ ସେଥିରୁ କାଟି ଦିଆଯାଇଥିଲା। ପରେ ସେ ୪୦ ବର୍ଷ ବୟସରେ ‘ରେଶମା ଔର ଶେରା’ରେ ଏକ ଗାଁ ଲୋକର ଚରିତ୍ରରେ ନଜର ଆସିଥିଲେ।

ହେଲେ ପରେ ସୁଭାଷ ଘାଇଙ୍କ ନିର୍ମିତ ଫିଲ୍ମ ‘ବିଧାତା’ରୁ ସେ ପରିଚୟ ଲାଭ କରିଥିଲେ। ପରେ ‘ହିରୋ’, ମିଷ୍ଟର ଇଣ୍ଡିଆ’, ‘ନାୟକ’, ‘ଦିଲବାଲେ ଦୁଲହନିଆଁ ଲେ ଜାୟେଗେଁ’ ଓ ‘ପରଦେଶ’ ଭଳି ସୁପରିହିଟ ଭଳି ସୁପରହିଟ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକ ମନ ଜିଣିଥିଲେ ଅଭିନେତା ଅମରୀଶ ପୁରୀ।

ଆଜି ଯଦି ସେ ଆମ ଗହଣରେ ଥା’ନ୍ତେ ତ ନିଜର ୮୮ତମ ଜନ୍ମଦିନ ପାଳନ କରିଥାନ୍ତେ। ଅମରୀଶ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ ୨୨ରେ ପଞ୍ଜାବରେ ହୋଇଥିଲା। ୭୨ ବର୍ଷ ବୟସରେ ଅମରୀଶ ୨୦୦୫ରେ ଜାନୁଆରୀ ୧୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment