ଓଡ଼ିଶାଲାଇଭ୍ ବ୍ୟୁରୋ

salman sushant-2

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରକାରର ବିବାଦ ସୃଷ୍ଟି ହୋଇଛି। ଆତ୍ମହତ୍ୟାର ଅସଲି କାରଣକୁ ନେଇ ବଲିଉଡର କେତେକ ଷ୍ଟାରଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍ସ। ତେବେ ଏହା ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ସଲମାନ ଖାନ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କିଏ ତାଙ୍କୁ ଦାୟୀ କରୁଛି ତ କିଏ ତାଙ୍କ ସପକ୍ଷରେ ଛିଡ଼ା ହେଉଛି।

ଏଥିମଧ୍ୟରେ ସଲମାନ ଟ୍ୱିଟ୍ ଜରିଆରେ ନିଜ ଫ୍ୟାନ୍ସଙ୍କୁ କିଛି ଅନୁରୋଧ କରିଛନ୍ତି। ଟ୍ୱିଟରେ ସେ କହିଛନ୍ତି ଯେ, “ମୁଁ ମୋର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ଏହିଭଳି ପରିସ୍ଥିତିରେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ନିଜର ସମର୍ଥନ ଜଣାନ୍ତୁ। କୌଣସି ପ୍ରକାର ଖରାପ ଭାଷା ବା ନିନ୍ଦାର ପ୍ରୟୋଗ ନକରି ଦୟାକରି ତାଙ୍କ ପରିବାର ଏବଂ ଫ୍ୟାନ୍ସଙ୍କୁ ସପୋର୍ଟ କରନ୍ତୁ କାରଣ ଜଣେ ଅତି ନିଜର ପ୍ରିୟଜନଙ୍କ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟୀ ହୋଇଥାଏ।”

salman jiya khan

ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କ ଉପରେ ଅନେକ ପ୍ରକାରର ଆରୋପ ଲାଗିଲାଣି। ‘ଦବଙ୍ଗ’ର ନିର୍ଦ୍ଦେଶକ ନିଜର କ୍ୟାରିୟର ବର୍ବାଦ ହେବାର ଅସଲି କାରଣ ଖାନ ପରିବାରକୁ ଦର୍ଶାଇଛନ୍ତି। ଏହା ସହ ସ୍ୱର୍ଗୀୟ ଅଭିନେତ୍ରୀ ଜିୟା ଖାନଙ୍କ ମା’ ରାବିଆ ମଧ୍ୟ ଜିୟାଙ୍କ ମୃତ୍ୟୁ ପଛରେ ସଲମାନଙ୍କ ହାତ ଥିବାର ଆରୋପ ଲଗାଇଥିଲେ।

Comment