ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସୁପ୍ରିମକୋର୍ଟରେ ହେବେ ରଥଯାତ୍ରା ମାମଲାର ଶୁଣାଣି। ଦିନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏହି ମାମଲାର ଶୁଣାଣି କରିବେ।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହେବାକୁ ନେଇ ରାୟ ଶୁଣାଇଥିଲେ। କରୋନା ସଂକ୍ରମଣ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ଏହି ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆହୁରି ଅନେକ ରିଭ୍ୟୁ ପିଟିସନ ଦାଏର ହୋଇଛି। ଯାହାର ଆଜି ଶୁଣାଣି କରାଯିବ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେବ କି ନାହିଁ ତାହା ନିର୍ଭର କରୁଛି। ଯଦି କୋର୍ଟ ପୁଣିଥରେ ରଥଯାତ୍ରା ହେବ ନାହିଁ ବୋଲି ରାୟ ଶୁଣାଇବେ, ତେବେ ଚଳିତଥର ରଥଯାତ୍ରା ବଡ଼ଦାଣ୍ଡ ଉପରେ ଅନୁଷ୍ଠିତ ହୋଇପାରିବ ନାହିଁ।

ତେବେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେବ କି ନାହିଁ। ତାହା ଆଜିକ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ନିର୍ଭର କରୁଛି।

Comment