ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଆଜି ଆଉ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ୫ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ରେ ପହଞ୍ଚିଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ଵରର ୨ଜଣ ରହିଛନ୍ତି। ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ହେଲେ ଜୟଦେବବିହାରସ୍ଥିତ ମେ ଫେୟାର ହୋଟେଲ ଅଞ୍ଚଳର। ସେ ହୋମ୍‌ କ୍ଵାରେଣ୍ଟିନରେ ଥିଲେ। ଅନ୍ୟ ଜଣେ ଲୋକାଲ କେସ୍‌। ସେ ହେଉଛନ୍ତି ଶରଣପଲ୍ଲୀ ଅଞ୍ଚଳର।

ସେହିପରି ଆଜି ଭୁବନେଶ୍ଵରରୁ ୫ ଜଣ ସୁସ୍ଥ ହୋଇଛନ୍ତି। ରେଲଓ୍ଵେରେ ଜଣେ କର୍ମଚାରୀ, ଏଚ୍‌ବି କଲୋନୀରୁ, ସାଲିଆ ସାହି, ନୟାପଲ୍ଲୀ ଓ ଭୀମପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮କୁ ବୃଦ୍ଧି ପାଇଛି। ସେହିପରି ୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୬ ଜଣ ସକ୍ରିୟ ରହିଛନ୍ତି।

Comment