ଓଡ଼ିଶାଲାଇଭ୍ ବ୍ୟୁରୋ

indian-army-chief

ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ତେବେ ଏନେଇ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଲଦାଖକୁ ଦୁଇ ଦିନିଆ ଗସ୍ତରେ ଯିବେ। ଗତ ଜୁନ୍ ୧୫ ତାରିଖରେ ଲଦାଖର ଗଲଓ୍ୱାନରେ ହୋଇଥିବା ହିଂସାରେ ୨୦ ଜଣ ଭାରତୀୟ ଯବାନ ପ୍ରାଣ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି।

ଆର୍ମି କମାଣ୍ଡର କନଫରେନ୍ସ ଶେଷ ହେବା ମାତ୍ରେ ନରଓ୍ୱଣେ ଲଦାଖ ଗସ୍ତରେ ଯିବେ। ସେଠାରେ ସେ ଆହତ ଯବାନମାନଙ୍କୁ ଭେଟିବା ସହ ଭାରତୀୟ ସେନାର ପ୍ରସ୍ତୁତି ସମୀକ୍ଷା କରିବେ। ତାଙ୍କ ସହ ଲେଫ୍ଟନାଣ୍ଟ ଜେନେରାଲ ଓ୍ୱାଇ.କେ ଯୋଶୀ ମଧ୍ୟ ରହିବେ।

india-china

ଭାରତୀ-ଚୀନ ମଧ୍ୟରେ ସ୍ଥିତି ସୁଧାର ପାଇଁ ଉଭୟ ପକ୍ଷରୁ ଆଲୋଚନା ହୋଇଛି। ଏହି ଘଟଣାର ଚୀନ ତରଫରୁ ମୃତ ତଥା ଆହତ ହୋଇଥିବା ଯବାନଙ୍କୁ ନେଇ କୌଣସି ସଠିକ ସୂଚନା ମିଳିନାହିଁ। ତେବେ ଗଲଓ୍ୱାନ ହିଂସାର ପ୍ରାୟ ଗୋଟିଏ ସପ୍ତାହ ପରେ ଗତ ସୋମବାରରେ ଚୀନ ସ୍ୱୀକାର କରିଛି ଯେ ଏହି ହିଂସାରେ ଚୀନର କମାଣ୍ଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି।

Comment