ଓଡ଼ିଶାଲାଇଭ୍ ବ୍ୟୁରୋ

navin pattanaik

ରଥଯାତ୍ରାକୁ ଆଶା ରଖିଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ମନ ଆଜି ଆନନ୍ଦରେ ନାଚିଉଠିଛି। ରଥଯାତ୍ରା ନହେବା ଖବର ଶୁଣି ମଉଳି ଯାଇଥିବା ରାଜ୍ୟବାସୀଙ୍କ ହୃଦୟ ଏବେ ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥକୁ ଦେଖି ବିମୋହିତ। ଏହି ଅବସରରେ ସାରା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ। ଏହି ଅବସରରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।”

dharmendra pradhan-2

ଏହା ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିଲ୍ଲୀର ହଜ୍ ଖାସ୍ ଜଗନ୍ନାଥ ମନ୍ଦିରରେ ସପରିବାରେ ପ୍ରଭୁଙ୍କ ଆର୍ଶୀବାଦ ଲୋଡ଼ିବା ସହ ଏହାର କିଠି ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ, ସୁଖ, ଜୀବନଶୈଳୀ ଏବଂ ସମୃଦ୍ଧତା ସହ ପ୍ରଭୁଙ୍କ ଆର୍ଶୀବାଦ କାମନା କରିଛନ୍ତି।

pratap sadangi-2

ସେହିପରି ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ୍ କରି ଶୁଭକାମନା ଜଣାଇବା ସହ କହିଛନ୍ତି, “ନିଳାଚଳ ଧାମ ଯାଇ ମୁଁ ପାରୁନି…. ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି… ଏଇଠି କରୁଛି ଦଣ୍ଡବତ…. ହେ…. ଜଗନ୍ନାଥ….ହେ…. ଜଗନ୍ନାଥ ।। ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।”

Comment