ଓଡ଼ିଶାଲାଇଭ୍ ବ୍ୟୁରୋ

patanjali-1

କରୋନାକୁ ନେଇ ସାରା ଦୁନିଆରେ ଆତଙ୍କ ଖେଳିଯାଇଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରନ୍ତଙ୍କ ସଂଖ୍ୟା। ଏଥିମଧ୍ୟରେ ଚାଲିଥିବା ଏକ ପ୍ରେସ୍ କନଫରେନ୍ସରେ ବାବା ରାମଦେବ କରୋନା ପ୍ରତିକାର ଔଷଧ ତିଆରି କରିବାର ଦାବି ରଖିଛନ୍ତି। ରାମଦେବ ବାବାଙ୍କ କହିବା ଅନୁଯାୟୀ କରୋନା ଭାଇରସର ମୁକାବିଲା କରିପାରୁଥିବା ପ୍ରଥମ ଆୟୁର୍ବେଦିକ ଔଷଧ ତିଆରି କରିଛି ପତଞ୍ଜଳୀ। ଏହାର ନାମ କୋରୋନିଲ୍ ରଖାଯାଇଛି।

ଏକ ପ୍ରେସ କଲଫରେନ୍ସ ଚାଲିଥିବା ସମୟରେ ସେଠାରେ ବାବା ରାମଦେବ ଏବଂ ଯୋଗଗୁରୁ ବାଳକୃଷ୍ଣ ଯୋଗ ଦେଇଥିଲେ। ସେଠାରେ ଏହି କରୋନା ପ୍ରତିକାର ଔଷଧ ବିଷୟରେ ସେ ଘୋଷଣା କରିଛନ୍ତି।

patanjali-2

ରାମଦେବ ବାବାଙ୍କ କହିବା ଅନୁୟାୟୀ ଏହି ଔଷଧକୁ ନେଇ ଶହେ ଜଣ କରୋନା ଆକ୍ରାନ୍ତଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି କରାଯାଇଥିଲା।  ତିନି ଦିନ ମଧ୍ୟରେ ୬୫ ରୋଗୀ କରୋନା ପଜିଟିଭରୁ ନେଗେଟିଭ୍ ହୋଇଥିବା ବେଳେ ସାତ ଦିନ ମଧ୍ୟରେ ସଂପୂର୍ଣ୍ଣ ଶହେ ଜଣ ନୋଗେଟିଭ୍  ଟେଷ୍ଟ ହୋଇଥିଲେ।

Comment