ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି। ଧାଡ଼ି ପହଣ୍ଡିରେ ମହାପ୍ରଭୁ ଆସି ରଥାରୂଢ଼ ହୋଇଛନ୍ତି। ଏପଟେ ଦେବୀ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ବିରାଜମାନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଏବେ ଆରମ୍ଭ ହୋଇଛି। ସେବାୟତଙ୍କ ଗହଣରେ ଝୁଲି ଝୁଲି କାଳିଆ ସାଆନ୍ତ ନନ୍ଦିଘୋଷ ରଥକୁ ଆସୁଛନ୍ତି।

ଆଜି ସକାଳୁ ଶ୍ରୀମନ୍ଦିରରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ପରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

Comment