ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ସହରରେ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୯ ଜଣ ଲୋକାଲ କେସ୍‌। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଘରୋଇ ମେଡିକାଲ କର୍ମଚାରୀ ରହିଛନ୍ତି। ଏହାସହ ନିଳାଦ୍ରୀ ବିହାରରୁ ୨, ଶୈଳଶ୍ରୀ ବିହାରରୁ ଜଣେ ଲୋକାଲ କେସ୍‌ ରହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁର, ଭିଏସ୍‌ଏସ୍‌ ନଗରରୁ ଜଣେ ଲେଖାଏଁ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ଜଣେ ରେଲଓ୍ଵେ କର୍ମଚାରୀ ମଧ୍ୟ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ଵରରେ ଆଜି ୧୫ ଜଣ ସୁସ୍ଥ ହୋଇଛନ୍ତି। ପଟିଆରୁ ୩ ଜଣ, ସରକାରୀ ହସ୍ପିଟାଲ ଓ ଜୟଦେବ ବିହାରରୁ ୨ ଜଣ ଲେଖାଏଁ, ପାତ୍ରପଡ଼ା, ଡୁମୁଡୁମା, ଶାସ୍ତ୍ରୀ ନଗର, ଜୟଦେବ ବିହାର, ସତ୍ୟନଗର, ଆଇଜି କଲୋନୀ ରସୁଲଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି। ସେହିପରି ୧୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ବର୍ତ୍ତମାନ ସକ୍ରିୟ ରହିଛନ୍ତି।

Comment