ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକର ଶଲମାଲା ନଦୀ କୂଳରେ ଦେଖାଯାଏ ସହସ୍ର ଶିବଲିଙ୍ଗ। ବଡ଼ ରୋଚକ ଏହାର ଇତିହାସ।

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା କଷ୍ଟକର। ସବୁଠୁ ଗୁରୁତ୍ୱପର୍ଣ୍ଣ କଥା ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ଣ୍ଣାଟକରେ ଏପରି ଏକ ସ୍ଥାନ ଅଛି, ଯାହା ଧର୍ମ ସହିତ ଜଡିତ ଏକ ସ୍ଥାନ। ଏଠାରେ ହଜାର ହଜାର ଶିବଲିଙ୍ଗ ନଦୀ କୂଳରେ ଦେଖାଯାଏ। ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କମ୍ ନୁହେଁ।

ଏହି ପବିତ୍ର ସ୍ଥାନକୁ ସହସ୍ରଲିଙ୍ଗ କୁହାଯାଏ, ଯାହା କର୍ଣ୍ଣାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ପ୍ରବାହିତ ଶଲମାଲା ନଦୀ କୂଳରେ ଏକ ହଜାରରୁ ଅଧିକ ଶିବଲିଙ୍ଗ ଦେଖାଯାଏ ଏବଂ ଏହା ସହିତ ପଥରରେ ଖୋଦିତ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ।

କୁହାଯାଏ ଯେ ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ସଦାଶିବରାୟ ବର୍ମା ୧୬୭୮ରୁ ୧୭୧୮ ମଧ୍ୟରେ ନିର୍ମାଣ କରିଥିଲେ। ପ୍ରତିବର୍ଷ ମହାଶିବରାତ୍ରୀରେ ଏଠାରେ ଏକ ମେଳା ଆୟୋଜିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦିଅନ୍ତି।

ବର୍ଷାଦିନେ ନଦୀର ଜଳସ୍ତର ବଢ଼ିଲେ ଏହି ଶବିଲିଙ୍ଗଗୁଡ଼ିକ ପାଣିରେ ବୁଡ଼ି ଯାଆନ୍ତି।  କିନ୍ତୁ ଜଳ ସ୍ତର ହ୍ରାସ ପାଇଲେ ହଜାର ହଜାର ଶିବଲିଙ୍ଗ ପୁଣି ଦେଖାଯାଏ।

Comment