ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦ ଜଳଭଣ୍ଡାରର ଖୋଲିଲା ପ୍ରଥମ ଗେଟ୍। ଉପର ମୁଣ୍ଡରେ ବର୍ଷା କାରଣରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଜି ପ୍ରଥମ କରି ଗେଟକୁ ଖୋଲାଯାଇଛି।

ପାରମ୍ପରିକ ପୂଜା ପରେ ଆଜି ୭ ନମ୍ବର ଗେଟକୁ ଖୋଲାଯାଇଛି। ଦିନ ଠିକ୍ ୧୦ଟା ସମୟରେ ଏହି ଗେଟକୁ ଖୋଲାଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯିବ ବୋଲି କୁହାଯାଉଛି।

ଗତକିଛି ଦିନ ଧରି ଛତିଶଗଡ଼ ଅଞ୍ଚଳରେ ବର୍ଷା ହୋଇଥିଲା। ଯେଉଁ କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇଥିଲା। ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ହେଲେ ଆଜି ଜଳପତ୍ତନର ମାତ୍ରା ୬୧୮ ଫୁଟ୍ ରହିଥିଲା। ହେଲେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ଚଳିତବର୍ଷ ପ୍ରଥମ କରି ବନ୍ୟାଜଳ ନିଷ୍କାସନ କରାଯାଇଛି।

ହୀରାକୁଦ ଗେଟ ଖୋଲାଯିବା ପୂର୍ବରୁ ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଛି। ଏଥିସହ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ମାଛ ଧରିବାକୁ ବାରଣ କରାଯାଇଛି।

Comment