ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମର ଦୁଇ ପ୍ରକାର ଦାନ୍ତ ଥାଏ, କ୍ଷୀର ଦାନ୍ତ ଏବଂ ସ୍ଥାୟୀ ଦାନ୍ତ। ଛୋଟ ଛୁଆଙ୍କ କ୍ଷୀର ଦାନ୍ତ ଥରେ ପଡ଼ିଲେ ଆଉଥରେ ଉଠିଥାଏ। କିନ୍ତୁ ସ୍ଥାୟୀ ଦାନ୍ତ ଥରେ ଉପୁଡ଼ିଲେ ଆଉ ଉଠେ ନାହିଁ।

ସେଥିପାଇଁ ଛୋଟ ଛୁଆଙ୍କ ଦାନ୍ତର ସଠିକ୍‌ ଯତ୍ନ ନେବା ବହୁତ ଜରୁରୀ। ଛୋଟ ଛୁଆମାନେ ବୋତଲରେ କ୍ଷୀର ଖାଇବା ବେଳେ ବୋତଲ ପାଟିରେ ଚାପି କରି ଶୋଇପଡ଼ନ୍ତି। ଫଳରେ ଖାଦ୍ୟ ଦାନ୍ତରେ ପଶି ରହିଯାଏ। ଯଦି ଦାନ୍ତର ସଠିକ୍‌ ଯତ୍ନ ନ ନେବା ଭବିଷ୍ୟତରେ ତାହା ସଂକ୍ରମଣ ହୋଇ ମାଢ଼ି ଫୁଲିଯାଏ। ଫଳରେ ଦାନ୍ତ ଉପାଡ଼ିବାକୁ ପଡ଼ିଥାଏ।

ଦାନ୍ତ ଉପାଡ଼ିବା ପାଇଁ ଠିକ୍‌ ସମୟ ହୋଇ ନଥିଲେ ସ୍ଥାୟୀ ଦାନ୍ତ ତେଢ଼ା ହୋଇପାରେ।

ଖାଇସାରିବା ପରେ ଛୋଟ ପିଲାଙ୍କୁ ବ୍ରସ୍‌ କରିବା ଦରକାର। ଦିନକୁ ଅତିକମ୍‌ରେ ଦୁଇଥର ଦାନ୍ତ ଘଷିବା ଦରକାର। ଶୋଇବା ପୂର୍ବରୁ ଛୁଆମାନଙ୍କୁ କୁଳକୁଚା କରାଇବା ଦରକାର। ନଚେତ୍‌ ସ୍ଥାୟୀ ଦାନ୍ତ ଉଠିବା ବେଳକୁ ସମସ୍ୟା ଦେଖାଦେଇପାରେ।

Comment