ଓଡ଼ିଶାଲାଇଭ୍ ବ୍ୟୁରୋ

ବାବା ରାମଦେବଙ୍କ ପତଞ୍ଜଳି କରୋନା ମେଡିସିନ ଉପରେ ପ୍ରତିବନ୍ଦ ଲଗାଇଲେ ମହାରାଷ୍ଟ୍ର ସରକାର। କରୋନିଲ୍ ମହାରାଷ୍ଟ୍ରରେ ବିକ୍ରି ହୋଇପାରିବ ନାହିଁ ବୋଲି ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟୁଇଟ କରି ସୂଚନା ଦେଇଛନ୍ତି।

ଅନିଲ ଦେଶମୁଖ ଟୁଇଟ୍ କରି ସୂଚନା ଲେଖିଛନ୍ତି ଯେ, ଆୟୁଷ ମନ୍ତ୍ରାଳୟ କରୋନିଲର ପରୀକ୍ଷା କରିନାହିଁ। ତେଣୁ ଏହାକୁ ବିକ୍ରି କରିବାକୁ ମହାରାଷ୍ଟ୍ର ସରକାର ଅନୁମତି ପ୍ରଦାନ କରିବେ ନାହିଁ।

ଏହା ପୂର୍ବୁର ରାଜସ୍ଥାନରେ ମଧ୍ୟ କରୋନିଲ୍ ମେଡିସିନକୁ ବ୍ୟାନ୍ କରାଯାଇଛି। ଯଦି କୌଣସି ବ୍ୟକ୍ତି ରାଜସ୍ଥାନରେ ଏହାକୁ ବିକ୍ରି କରନ୍ତି ତେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଅନ୍ୟପଟେ ଉତ୍ତରାଖଣ୍ଡରେ ମଧ୍ୟ ପତଞ୍ଜଳି କରୋନା ମେଡିସିନକୁ ନୋଟିସ୍ ଜାରି କରାଯାଇଛି। ତେଣୁ ସେଠାରେ ମଧ୍ୟ ଏହାର ବିକ୍ରି ଉପରେ କଟକଣା ରହିଛି।

ଗତ ୨୩ ତାରିଖରେ ବାବା ରାମଦେବ ପ୍ରେସମିଟ ଜରିଆରେ କରୋନା ଔଷଧ ବାହାର କରିଥିବା ଘୋଷଣା କରିଥିଲେ। ଯେଉଁଥିରେ କରୋନିଲ୍ ନାମକ ଔଷଧ ଖାଇଲେ କରୋନା ମାତ୍ର ୭ ଦିନ ଭିତରେ ଭଲ ହୋଇଯିବ ବୋଲି ସେ କହିଥିଲେ। ଏହାକୁ ନେଇ ଆୟୁଷ ମନ୍ତ୍ରାଳୟ ମଧ୍ୟ ପତଞ୍ଜଳିକୁ ନୋଟିସ୍ କରିଛି।

Comment