ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ପ୍ରତି ଓ୍ଵାର୍ଡରେ ସଚେତକ କମିଟି ଗଠନ କରାଯାଇଛି। ଏହି କମିଟିରେ ୨୫ରୁ ଅଧିକ କର୍ମୀ ରହିଛନ୍ତି। କିମିଟିମାନେ ସେହି ଓ୍ଵାର୍ଡର କୋଭିଡ ସ୍ଥିତି ଅନୁଧ୍ୟାନ କରିବେ।

ଏହି କମିଟି ଦ୍ଵାରା ବୟସ୍କ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରାଯାଉଛି। ଏହାସହ ସରକାରଙ୍କ ‘ସଚେତକ’ ଆପ୍‌ ଡାଉନଲୋଡ୍‌ କରିବାକୁ ପରାମର୍ଶ ଦିଆଯାଉଛି।

ଏହାସହ ରାଜଧାନୀର ବସ୍ତି ଅଞ୍ଚଳରେ ମଧ୍ୟ କମିଟି ଗଠିତ ହୋଇଛି। ବସ୍ତିରେ ମଧ୍ୟ ଅଧିକ କରୋନା ବ୍ୟାପିବାରେ ସମ୍ଭାବନା ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଗତ କିଛି ଦିନ ହେବ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି। ଏହାସହ ୧୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩୨ ଜଣ ସକ୍ରିୟ ରହିଛନ୍ତି।

Comment