ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସହ ତିକ୍ତତା ପରେ ଏବେ ସଜାଗ ଭାରତୀୟ ସେନା। ଲଦାଖ ସୀମାରେ ସ୍ଥଳ ସେନା ଓ ବାୟୁସେନା ମିଳିତ ଭାବେ ଯୁଦ୍ଧଭ୍ୟାସ କରିଛନ୍ତି। ଏହି ଅଭ୍ୟାସର ଉଦ୍ଦେଶ୍ୟ ଥିଲା ଯେ ଉଭୟ ସେନା ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବା। ଏହାସହ ଆକାଶରେ ଫାଇଟର ବିମାନ ମଧ୍ୟ ଉଡୁଥିବାର ଦେଖିବାକୁ ମିଳିଥିଲା।

ଚିନୁକ ଚପର, ଏମ୍‌-୧୭ ହେଲିକପ୍ଟର ଏହି ଅଭ୍ୟାସରେ ଭାଗ ନେଇଛନ୍ତି। ଏହାସହ ସୁଖୋଇ-୩, କାର୍ଗୋ ବିମାନ ମଧ୍ୟ ଆକାଶରେ ଯୁଦ୍ଧଭ୍ୟାସ କରିଛନ୍ତି। ଯୁଦ୍ଧ ବେଳେ କିପରି ପରସ୍ପର ସମନ୍ଵୟ ରକ୍ଷା ହେବ ତାହା ମଧ୍ୟ ଅଭ୍ୟାସ କରାଯଆଉଛି।

ଭାରତ-ଚୀନ୍‌ ସୀମା ବିବାଦ ଯୋଗୁଁ ଗଲଓ୍ଵାନ ଘାଟିରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଯୁଦ୍ଧରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଚୀନ୍‌ର ୪୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଉଭୟ ଦେଶ ମଧ୍ୟରେ ଆପୋସ ବୁଝାମଣା ଚାଲିଥିଲା। ହେଲେ ସମାଧାନ ହୋଇ ପାରୁନଥିଲା। ଶେଷରେ ବୁଧବାର ଉଭୟ ଦେଶ ବିବାଦୟୀ ସ୍ଥାନରୁ ପଛକୁ ହଟିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଚୀନ୍‌ ପୁଣି ଗୁରୁବାର ସେହି ସ୍ଥାନରୁ କବଜା କରିଥିଲା। ଏହାକୁ ନେଇ ପୁଣି ଏବେ ବିବାଦ ବଢ଼ିଯାଇଛି।

ଚୀନ୍‌ ଯୁଦ୍ଧ କରିବା ଲକ୍ଷ୍ୟରେ ଥିବା ଆଶଙ୍କା କରାଯାଉଛି। ସେଥିପାଇଁ ଭାରତର ଆକାଶ ଓ ସ୍ଥଳ ସେନା ଏବେ ସଜାଗ ରହିଛନ୍ତି।

Comment